ଓଡିଶା

odisha

ETV Bharat / sitara

ବଢିଲା ଶାହିଦଙ୍କ ଡିମାଣ୍ଡ !

'କବୀର ସିଂ' ପରେ ଏବେ ଶାହିଦଙ୍କ ହାତରେ ଲାଗିଛି ତେଲୁଗୁ ହିଟ ଫିଲ୍ମ ଜର୍ସିର ହିନ୍ଦୀ ରିମେକ । ଫିଲ୍ମରେ ଶାହିଦଙ୍କୁ ନେବା ପାଇଁ ମେକର୍ସ ଦେବେ ମୋଟା ଅଙ୍କ ।

By

Published : Jul 24, 2019, 12:12 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: କ୍ୟୁଟ ଅଭିନେତା ଶାହିଦ କପୁର ଫିଲ୍ମ 'କବୀର ସିଂ' ଜରିଆରେ ବଲିଉଡର ଟପ ଅଭିନେତାଙ୍କ ମଧ୍ୟରେ ସାମିଲ ହେବାରେ ସଫଳ ହୋଇଛନ୍ତି । 'କବୀର ସିଂ' ବିଶ୍ବସ୍ତରରେ 350 ଆୟ କରି ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମର ମୁକୁଟ ପିନ୍ଧିଛି । ଫିଲ୍ମର ସଫଳତାରେ ରାତାରାତି ନିଜ ଷ୍ଟାରଡମ ଫେରି ପାଇଥିବା ଶାହିଦଙ୍କ ଡିମାଣ୍ଡ ବର୍ତ୍ତମାନ ସୁପରଷ୍ଟାରଙ୍କ ପରି ହୋଇଯାଇଛି । ଆଉ ତାଙ୍କ ହାତରେ ଫିଲ୍ମର ଅଫର ହିଁ ଅଫର ଆସିବାରେ ଲାଗିଛି । ସେ ଖୁବଶୀଘ୍ର ତେଲୁଗୁ ଫିଲ୍ମ 'ଜର୍ସି'ର ହିନ୍ଦୀ ରିମେକରେ ଅଭିନୟ କରିବାକୁ ଯାଉଛନ୍ତି ।

ପୂର୍ବରୁ ଶାହିଦ ଗୋଟିଏ ଫିଲ୍ମ 10ରୁ12 କୋଟି ଟଙ୍କା ଫିସ ନେଉଥିଲେ । ଏବେ ତାଙ୍କ ଡିମାଣ୍ଡ ବଢି 40 କୋଟିରେ ପହଞ୍ଚିଛି । ଆଉ ସେ 'ଜର୍ସି' ଫିଲ୍ମ ପାଇଁ ମେକର୍ସଙ୍କୁ 40 କୋଟି ଟଙ୍କା ଡିମାଣ୍ଡ କରିଛନ୍ତି ।

ଜଣେ କ୍ରିକେଟର ଜୀବନୀ ଉପରେ ତିଆରି ହୋଇଥିବା ଫିଲ୍ମ 'ଜର୍ସି' ପାଇଁ ଯେବେ ଶାହିଦଙ୍କୁ ଆପ୍ରୋଚ କରାଗଲା, ତେବେ ସେ ନିଜ ଫିସ 40 କୋଟି କହିଥିଲେ । ଏବେ ଶାହିଦଙ୍କୁ ଫିଲ୍ମରେ ନେବା ପାଇଁ ମେକର୍ସ 40 କୋଟି ଦେବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାଁନ୍ତି ।

ପ୍ରକାଶ ଥାଉକି ଫିଲ୍ମ 'ଜର୍ସି'ରେ ଜଣେ କ୍ରିକେଟରର ଇମୋଶନାଲ ଯାତ୍ରୀକୁ ପର୍ଯ୍ୟବେଷିତ କରାଯାଇଛି । ଯିଏ କ୍ରିକେଟ ଟିମରେ ନିଜ ସ୍ଥାନ ଫେରି ପାଇବାକୁ ସଂଘର୍ଷ କରୁଥିବାର ନଜର ଆସିଥିଲେ । ଏବେ ଏହି କାହାଣୀକୁ ହିନ୍ଦୀରେ ଦେଖିବେ ଦର୍ଶକ ।

ଅନ୍ୟପଟେ 'କବୀର ସିଂ' ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ହିଟ ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ହିନ୍ଦୀ ରିମେକ । 'କବୀର ସିଂ'ରେ ଶାହିଦଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ କିୟାରା ଆଡଭାନୀ ।

ABOUT THE AUTHOR

...view details