ଓଡିଶା

odisha

ETV Bharat / sitara

ଶାହିଦ@40, ବ୍ୟାକଗ୍ରାଉଣ୍ଡ ଡାନ୍ସରରୁ ବଲିଉଡ ଷ୍ଟାର

ଶାହିଦଙ୍କୁ ଛୁଇଁଲା 40 ବର୍ଷ । ପ୍ରଥମେ ସେଲିବ୍ରିଟିଙ୍କ ବ୍ୟାକରେ ଡାନ୍ସ କରୁଥିଲେ ଅଭିନେତା । ଆଜି ବଲିଉଡର ସୁପରଷ୍ଟାରଙ୍କ ମଧ୍ୟରେ ଅନ୍ୟତମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 25, 2021, 11:07 AM IST

ମୁମ୍ବାଇ: ଆଜି 40 ବର୍ଷରେ ପଦାର୍ପଣ କରିଛନ୍ତି ବି-ଟାଉନକ କ୍ୟୁଟ ଆକ୍ଟର ଶାହିଦ କପୁର । ବଲିଉଡରେ ନିଜ ଅଭିନୟ ବ୍ୟତୀତ ଡାନ୍ସ ଏବଂ ରୋମାଣ୍ଟିକ ଅନ୍ଦାଜ ପାଇଁ ବେଶ୍ ଚର୍ଚ୍ଚିତ ଅଭିନେତା । 1981 ଫେବୃଆରୀ 25ରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ଶାହିଦ । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଫିଲ୍ମ ଯାତ୍ରା ବିଷୟରେ କିଛି କଥା...

ଗଣମାଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶାହିଦ ଆରମ୍ଭରୁ ତାଙ୍କର ଲୋକପ୍ରିୟତା ବଜାଇ ରଖିଛନ୍ତି । ସେ ତାଙ୍କର ଚଳଚ୍ଚିତ୍ରର ଆରମ୍ଭ ଦିନରେ ଜଣେ ରୋମାଣ୍ଟିକ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଶାହିଦଙ୍କୁ ତିନିଥର ଫିଲ୍ମ‌ଫେୟାର ପୁରସ୍କାର ସ‌ହ ଅନେକ ପୁରସ୍କାର ମିଳିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଶାହିଦଙ୍କ ବାପା ପଙ୍କଜ କପୁର ଜଣେ ଅଭିନେତା ଏବଂ ମାଆ ନୀଲିମା ଅଜୀମ ଜଣେ ଅଭିନେତ୍ରୀ । ଶାହିଦଙ୍କୁ ମାତ୍ର ତିନି ବର୍ଷ ହୋଇଥିବାବେଳେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ତେଣୁ ଶାହିଦ ସବୁବେଳେ ତାଙ୍କ ମାଆଙ୍କ ପାଖରେ ହିଁ ରହିଥିଲେ । ୧୦ ବର୍ଷ ବୟସ ହୋଇଥିବାବେଳେ ଶାହିଦଙ୍କୁ ନେଇ ତାଙ୍କ ମାଆ ମୁମ୍ବାଇ ଆସିଯାଇଥିଲେ । ମୁମ୍ବାଇ ଆସିବାପରେ ଶାହିଦ, ସୈମାକ ଦାବରଙ୍କ ନୃତ୍ୟ ସ୍କୁଲରେ ଯୋଗଦେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

୯୦ ଦଶକର କିଛି ଚଳଚ୍ଚିତ୍ରରେ ଶାହିଦ ସ‌ହ‌କଳାକାର ଭାବରେ ନୃତ୍ୟ କରିଥିଲେ । ଏହିସ‌ହ ସେ କିଛି ଦୂରଦର୍ଶନ ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରିଥିଲେ । 2003ରେ ଆସିଥିବା ଚଳଚ୍ଚିତ୍ର ‘ଇଶ୍କ ଭିସ୍କ’ ଜରିଆରେ ଶାହିଦ ହିନ୍ଦୀ ସିନେମାରେ ପଦାର୍ପଣ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରଥମ ଚଳଚ୍ଚିତ୍ର ପାଇଁ ଶାହିଦଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା । ଏହାପରେ ଶାହିଦଙ୍କର କିଛି ଚଳଚ୍ଚିତ୍ର ଲଗାତାର ଅସଫଳ ହେବାପରେ ମସିହାରେ ସୁରଜ ବଡଜାତ୍ୟାଙ୍କର ଚଳଚ୍ଚିତ୍ର ‘ବିବାହ’ରେ ଶାହିଦଙ୍କୁ ମିଳିଥିଲା ବଡ ସଫଳତା । ବକ୍ସ ଅଫିସରେ ମଧ୍ୟ ଏହି ଚଳଚ୍ଚିତ୍ର ଆୟ ମାମଲାରେ ସଫଳ ଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

2007ରେ ରୋମାଣ୍ଟିକ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ‘ଜବ୍ ଉଇ ମିଟ୍‌’ରେ କରୀନା କପୁରଙ୍କ ସହ ରୋମାନ୍ସ କରିଥିଲେ ଶାହିଦ । ସେହିପରି 2009ରେ ମୁକ୍ତିଲାଭ କରିଥିବା ବିଶାଳ ଭରଦ୍ବାଜଙ୍କ ଚଳଚ୍ଚିତ୍ର ‘କମିନେ’ ପାଇଁ ଶାହିଦଙ୍କୁ ମିଳିଥିଲା ଫିଲ୍ମ ଫେୟାରରେ ଶ୍ରେଷ୍ଠ ନାୟକ ଭାବରେ ମନୋନୀତ କରାଯାଇଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ‘ଆର୍ ରାଜକୁମାର’ ଚଳଚ୍ଚିତ୍ରଟି ଶାହିଦଙ୍କୁ କିଛିବର୍ଷର ବ୍ୟବଧାନ ପରେ ସଫଳତା ଦେଇଥିଲା । ୨୦୧୬ରେ ମୁକ୍ତିଲାଭ କରିଥିବା ବିବାଦୀୟ ଚଳଚ୍ଚିତ୍ର ‘ଉଡତା ପଞ୍ଜାବ’ ପାଇଁ ଶାହିଦଙ୍କୁ ତୃତୀୟ ଥର ପାଇଁ ଫିଲ୍ମ‌‌ଫେୟାର ପୁରସ୍କାର ମିଳିଥିଲା । ସେହିପରି 2019ରେ ଆସିଥିବା ରୋମାଣ୍ଚିକ ଡ୍ରାମା ଚଳଚ୍ଚିତ୍ର ‘କବୀର ସିଂ’ରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ଯାହା 2019ର ସବୁଠାରୁ ବଡ ସଫଳତା ପାଇଥିଲା । ଖାଲି ଏତିକି ନୁହେଁ ଏହି ଚଳଚ୍ଚିତ୍ର ଆୟ ମାମଲାରେ ଅନ୍ୟ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ଭାଙ୍ଗିଥିଲା । ଶାହିଦଙ୍କ ସହ ରୋମାନ୍ସ କରିଥିଲେ କିୟାରା ଆଡଭାନୀ । ତେଲୁଗୁ ସୁପରହିଟ୍ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ଏହା ହିନ୍ଦୀ ସଂସ୍କରଣ ଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ABOUT THE AUTHOR

...view details