ଓଡିଶା

odisha

ETV Bharat / sitara

ଭଲ କାହାଣୀ ଅପେକ୍ଷାରେ କିଙ୍ଗ ଖାନ

ଖୁବଶୀଘ୍ର ଡିଜନିର ଅପକମିଂ 'ଦ ଲାଇନ କିଙ୍ଗ'ରେ ଶାହରୁଖ ଖାନଙ୍କ ଭଏସ ଶୁଣିବା ସହ ତାଙ୍କ ପୁଅ ଆର୍ଯନ ଖାନଙ୍କ ଭଏସ ମଧ୍ୟ ଏହି ଫିଲ୍ମରେ ଶୁଣିବାକୁ ମିଳିବ । ଇତିମଧ୍ୟରେ ସେ କାହିଁକି ଏଯାବତ କୌଣସି ଫିଲ୍ମରେ ସାଇନ କରିନାହାଁନ୍ତି ତାର କାରଣ ସାମ୍ନାକୁ ଆସିଛି । ଯାହାର ଖୁଲାସା ସେ ନିଜ ଏକ ସାକ୍ଷାତକାରେ କରିଛନ୍ତି ।

By

Published : Jun 23, 2019, 2:17 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: ବି-ଟାଉନ ରୋମାନ୍ସ କିଙ୍ଗ ଶାହରୁଖ ଖାନ ଶେଷଥର ଫିଲ୍ମ 'ଜିରୋ'ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଭୂମିକା ବଉଆକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ସତ । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ ହୋଇଥିଲା । 'ଜିରୋ' ଫିଲ୍ମ ପରେ ଶାହରୁଖ ଏଯାବତ କୌଣସି ମଧ୍ୟ ଫିଲ୍ମରେ ସାଇନ କରିନାହାଁନ୍ତି । ଯାହାର କାରଣ ବିଷୟରେ ସେ ନିକଟରେ ଖୁଲାସା କରିଥିଲେ ।

ଏକ ସାକ୍ଷାତକାରରେ ଶାହରୁଖ କହିଥିଲେ କି ଏବେ ସେ କୌଣସି ଫିଲ୍ମରେ ସମ୍ପୃକ୍ତ ନାହାଁନ୍ତି । ସାଧାରଣତଃ ଏମିତି ହୋଇଥାଏ କି, କଳାକାର ଗୋଟିଏ ଫିଲ୍ମ ଶେଷ କରିବା ମାତ୍ରେ ଦ୍ବିତୀୟ ଫିଲ୍ମରେ ସମ୍ପୃକ୍ତ ହୋଇଯାଆନ୍ତି । କିନ୍ତୁ ସେ କୌଣସି ଫିଲ୍ମରେ ଏପର୍ଯ୍ୟନ୍ତ ସାମିଲ ହୋଇନାହାଁନ୍ତି । କାରଣ ତାଙ୍କ ମନ ତାଙ୍କୁ ଅନୁମତି ଦେଉନାହିଁ ଏହି ସମୟରେ କୌଣସି ଫିଲ୍ମ କରିବାକୁ ।

ଏହି ସମୟରେ ସେ ବ୍ରେକ ନେବା ସହ କିଛି ଫିଲ୍ମ ଦେଖିବାକୁ ଚାହୁଁଛନ୍ତି । ଏହାସହ ସେ ଭଲ ଷ୍ଟୋରୀର ଅପେକ୍ଷାରେ ମଧ୍ୟ ଅଛନ୍ତି, ଯେଉଁଦିନ ତାଙ୍କୁ ଭଲ କାହାଣୀ ମିଳିଯିବ ତେବେ ସେ ଫିଲ୍ମରେ ସାଇନ କରିବେ ବୋଲି କହିଛନ୍ତି ଶାହରୁଖ ।

For All Latest Updates

ABOUT THE AUTHOR

...view details