ଓଡିଶା

odisha

ETV Bharat / sitara

ଫ୍ୟାମିଲି ସହ ମାଳଦ୍ବୀପରେ ଶାହରୁଖ

କାମରୁ ବ୍ରେକ ନେଇ ପରିବାର ସହ ଛୁଟି କାଟିବାକୁ ମାଳଦ୍ବୀପରେ ପହଞ୍ଚିଯାଇଛନ୍ତି ଶାହରୁଖ ଖାନ । ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଫ୍ୟାମିଲି ଫଟୋ ।

By

Published : Jul 18, 2019, 2:55 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: ଶାହରୁଖ ଖାନ ଏହି ସମୟରେ କାମରୁ ଛୁଟି ନେଇ ପରିବାର ସହ ଟାଇମ ସ୍ପେଣ୍ଡ କରିବାରେ ବ୍ୟସ୍ତ । ନିକଟରେ ସେ ଫ୍ୟାମିଲି ସହ ମାଳଦ୍ବୀପରେ ନଜର ଆସିଥିଲେ । ତାଙ୍କ ସହ ପୁଅ ଆର୍ଯନ, ସୁହାନା ଓ ଅବରାମ ମଧ୍ୟ ଦେଖାଯାଇଥିଲେ । କାନ୍ଧରେ ବ୍ୟାଗପ୍ୟାକ ନେଇ ଅପ ୱାଇଟ ସଟ ଏବଂ ବ୍ଲୁ ଫେଡେଡ ଜିନ୍ସରେ ଶାହରୁଖ ସବୁଥର ପରି ବହୁତ କୁଲ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ସୁହାନା ନିକଟରେ ଲଣ୍ଡନରେ ଗ୍ରାଜୁଏଶନ ପୂରଣ କରିଥିଲେ । ଏହାପୂର୍ବରୁ ଶାହରୁଖ କହିଥିଲେ କି ସୁହାନା ଅଭିନେତ୍ରୀ ହେବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ଠାରୁ ଅଭିନୟ ଶିଖିବାକୁ ଚାହୁଁନାହାଁନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ଯଦି କଥା ହେବା ତାଙ୍କ ବଡ ପୁଅ ଆର୍ଯନଙ୍କ ବିଷୟରେ, ତେବେ ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଥିବା ହଲିଉଡ ଫିଲ୍ମ 'ଦ ଲାୟନ କିଙ୍ଗ'ର କ୍ୟାରେକ୍ଟର ସିମ୍ବା ପାଇଁ ନିଜ ସ୍ବର ଦେଇଛନ୍ତି । ଅନ୍ୟପଟେ ଶାହରୁଖ ଫିଲ୍ମରେ ମୁଫାସାଙ୍କ ପାଇଁ ସ୍ବର ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ଶାହରୁଖ ଶେଷଥର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଫିଲ୍ମ 'ଜିରୋ'ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ମଧ୍ୟ ଅଭିନୟ କରିଥିଲେ ।

ABOUT THE AUTHOR

...view details