ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ପ୍ରାୟତଃ ସାମାଜିକ ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖୁଥିବାର ଦେଖାଯାଆନ୍ତି । ସେହିପରି ନିକଟରେ ସେ ନିଜ ଆଣ୍ଟି ନେସନାଲ ବୟାନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହୋଇଥିଲେ । ଏବେ ଟ୍ରୋଲର୍ସକୁ କଡା ଜବାବ ଦେଇଛନ୍ତି ଶବାନା ।
ପୁରା ଘଟଣାଟି ହେଲା କି ଶବାନା ଏକ ବୟାନରେ କହିଥିଲେ କି ଯଦି କୌଣସି ସରକାର ବିରୋଧରେ ଆଲୋଚନା କରୁଛନ୍ତି ତେବେ ତାଙ୍କୁ ରାଷ୍ଟ୍ରବିରୋଧୀ କୁହାଯାଉଛି । ଜୁଲାଇ 6ରେ ଶବାନା ଇନ୍ଦୋରରେ ଏକ ଜନସମୂହକୁ ସମ୍ବୋଧିତ କରି ଏପରି ବୟାନ ଦେଇଥିଲେ । ଯାହାପରେ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରିଥିଲେ କିଛି ୟୁଜର୍ସ ଆଉ ଟ୍ରୋଲର୍ସ ।
ଫଟୋ ସୌଜନ୍ୟ: ଟ୍ବିଟର@ଶବାନା ଆଜମୀ ଶବାନା ନିଜ ଟ୍ବିଟକୁ ନେଇ ଚାଲିଥିବା ବିବାଦ ଉପରେ ଏବେ ଟ୍ରୋଲର୍ସକୁ କଡା ଜବାବ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ମୋର ଗୋଟିଏ ଟିପ୍ପଣୀକୁ ନେଇ ଏତେ ବିବାଦ ? ମୋତେ ଜଣାନଥିଲା କି ଦକ୍ଷିଣପନ୍ଥୀଙ୍କ ନଜରରେ ମୁଁ ଏତେ ମହତ୍ବ ରଖୁଛି । ଦୀପା ମହେତାଙ୍କ ଫିଲ୍ମ ୱାଟର ପାଇଁ ମୋର କେଶ କାଟିବା କଥା ଉପରେ ମୁସଲିମ ଚରମପନ୍ଥୀ ଫତୱା ଜାରି କରିଥିଲେ । ଯାହା ଉପରେ ଜାଭେଦ ଅଖତରଙ୍କ ଜବାବ ଥିଲା ଚୁପ ରୁହ ।"
"ମୁଁ ଲୋକଙ୍କୁ ସ୍ମରଣ କରାଇବାକୁ ଚାହୁଁଛି କି କଂଗ୍ରେସ ଶାସନ ସମୟରେ ମୋ ପିତା କୈଫୀ ଆଜମୀ ବିରୋଧ କରି ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇଥିଲେ । କାରଣ ୟୁପିର ଜଣେ ନେତା କହିଥିଲେ କି ଉର୍ଦ୍ଦୁକୁ ଦ୍ବିତୀୟ ଭାଷାର ଦର୍ଜା ଦେବାର ଦାବି କରୁଥିବା ଲୋକଙ୍କ ମୁହଁ କଳା କରି ଗଧ ଉପରେ ବୁଲାଯିବା କଥା, ଯାହାର ବିରୋଧ କରିଥିଲେ ମୋ ପିତା ବୋଲି ନିଜ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି ଶବାନା ।