ଓଡିଶା

odisha

ETV Bharat / sitara

ଧୀରେଧୀରେ ସୁସ୍ଥ ହେଉଛନ୍ତି ଶବାନା, କହିଲେ ସ୍ବାମୀ

କିଛି ଦିନ ହେବ ଆଇସିୟୁରେ ଚିକିତ୍ସିତ ହେଉଥିବା ଅଭିନେତ୍ରୀ ଶବାନା ଆଜମୀ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଲେ ଜାଭେଦ ଅଖତର ।

_shabana azmi health update
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର

By

Published : Jan 23, 2020, 1:38 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ଏହି କଥାର ସୂଚନା ତାଙ୍କ ସ୍ବାମୀ ତଥା ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଟ୍ବିଟ ଜରିଆରେ ଜାଭେଦ ସେହିମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଯିଏ ଶବାନାଙ୍କ ସୁସ୍ଥ ହେବାର କାମନା କରିଥିଲେ । ଏହାସହ ସେ ପରିବାର ସଦସ୍ୟ ଓ ପ୍ରଶଂସକଙ୍କୁ ଶବାନାଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା କରିବାକୁ ମନା କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଅଖତର

ଜାଭେଦ ବୁଧବାର ଟ୍ବିଟ କରି ଲେଖିଥିଲେ, ‘ଶବାନାଙ୍କ ସୁସ୍ଥ ହେବା ପାଇଁ ଏତେ ଟ୍ବିଟ ଆସିଛି । ଯେଉଁଥିରେ ପ୍ରଶଂସକ ତାଙ୍କ ସୁସ୍ଥ ହେବାର ପ୍ରାର୍ଥନା କରିଛନ୍ତି । ଆମ ପରିବାର ତରଫରୁ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛୁ । ଏବେ ଚିନ୍ତା କରିବାର କୌଣସି କଥା ନାହିଁ । ଆପଣଙ୍କୁ ଜଣାଇବାକୁ ଚାହିଁବି ଯେ ପୂର୍ବ ଅପେକ୍ଷା ଶବାନା ଏବେ ସୁସ୍ଥ ଅଛନ୍ତି । ଆଜି ତାଙ୍କୁ ଆଇସିୟୁରୁ ବାହାର କରାଯାଇ ନର୍ମଲ ରୁମରେ ରଖାଯାଇଛି ।’

ପ୍ରକାଶ ଥାଉକି ଗତ ଶନିବାର ମୁମ୍ବାଇ-ପୁନେ ହାଇୱେର ଖାଲାପୁର ଟୋଲ ପ୍ଲାଜା ପାଖରେ ଶବାନାଙ୍କ କାର ସହ ଏକ ଟ୍ରକର ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ଶବାନା ଗମ୍ଭୀର ରୂପେ ଆହତ ହୋଇଥିଲେ । ଦୁର୍ଘଟଣା ପରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲ । ସେହି ସମୟରେ ଜାଭେଦ ମଧ୍ୟ ଆଉ ଏକ କାରରେ ଯାତ୍ରା କରୁଥିଲେ ।

ABOUT THE AUTHOR

...view details