ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଓ ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ଅଭିନୀତ ସୁପରହିଟ ଫିଲ୍ମ 'ସତ୍ତେ ପେ ସତ୍ତା' ରିମେକ ଖୁବଶୀଘ୍ର ତିଆରି ହେବାକୁ ଯାଉଛି । ଏହି ଫିଲ୍ମରେ ବି-ଟାଉନର ଡୁଗୁ ହ୍ରିତିକ ରୋଶନ ମୁଖ୍ୟ ଭୂମିକାରେ ନଜର ଆସିବେ । ଅନ୍ୟପଟେ କିଛି ଦିନ ହେବ ଏହି ଖବର ଜୋର ଧରିଥିଲା କି ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ଦୀପିକା ପାଦୁକୋନ ଦେଖାଯିବେ । କିନ୍ତୁ ଏବେ ଏହି ଖବର ଉପରେ ଫୁଲଷ୍ଟପ ଲାଗିଯାଇଛି ।
କାରଣ ଫିଲ୍ମରୁ ଦୀପିକାଙ୍କୁ ରିପ୍ଲେସ କରିଛନ୍ତି ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଯାହାକୁ ନେଇ ଦୀପିକାଙ୍କ ଫ୍ୟାନ୍ସ ନିରାଶ ଥିଲାବେଳେ କ୍ୟାଟଙ୍କ ଫ୍ୟାନ୍ସଙ୍କୁ ମିଳିଛି ଖୁସି ଖବର ।
ହ୍ରିତିକଙ୍କ 'ବ୍ୟାଙ୍ଗ ବ୍ୟାଙ୍ଗ' କୋ-ଷ୍ଟାର କ୍ୟାଟ୍ରିନା ଫିଲ୍ମରେ ହେମାଙ୍କ ଭୂମିକାରେ ଦେଖାଯିବେ । ପ୍ରକାଶ ଥାଉକି ଏହି ରୋଲ ପାଇଁ ମେକର୍ସ ଅନେକ ଟପ ଅଭିନେତ୍ରୀଙ୍କ ନାମ ଉପରେ ବିଚାର କରିଆସୁଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କ୍ୟାଟ ଏହି ବାଜି ମାରିନେଇଛନ୍ତି । ଅନ୍ୟପଟେ କ୍ୟାଟ ମଧ୍ୟ ଏହି ରୋଲକୁ ନେଇ ଖୁବ୍ ଉତ୍ସାହିତ ।
ଯଦି କଥା ହେବା 'ସତ୍ତେ ପେ ସତ୍ତା' ଫିଲ୍ମ ବିଷୟରେ ତେବେ ଏହି ଫିଲ୍ମଟି ସାତ ଭାଇଙ୍କ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ ଅମିତାଭ ବଡ ଭାଇ ଭୂମିକାରେ ଅଭିନୟ କରିଥିଲେ । ଖାଲି ଏତିକି ନୁହେଁ ତାଙ୍କର ଡବଲ ରୋଲ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ହିରୋ ହୋଇଥିବା ବେଳେ ଆଉ ଅନ୍ୟ ପଟେ ଭିଲେନ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ ।