ଓଡିଶା

odisha

ETV Bharat / sitara

'ସୁନ୍ଦରତା ପାଇଁ ପରିଶ୍ରମ ଦରକାର'

ସାରା ଅଲ୍ଲୀ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ବଲିଉଡରେ ରହିବା ପାଇଁ ସୁନ୍ଦରୀ ହେବା ନିହାତି ଆବଶ୍ୟକ । କାରଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ଆପଣଙ୍କୁ ଅସୁରକ୍ଷିତ କରିବାକୁ ଚେଷ୍ଟା କରିଥାଆନ୍ତି ।

By

Published : Mar 14, 2019, 3:02 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: 'କେଦାରନାଥ'ରୁ ଡେବ୍ୟୁ କରିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ । ଖୁବ୍ ଶୀଘ୍ର ଦୁଇଜଣଙ୍କୁ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ 'ଲଭ ଆଜ କଲ-2'ରେ ଦେଖିବାକୁ ମିଳିବ । ହେଲେ ଏବେ ସାରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କରିଛନ୍ତି ଏକ ବଡ ଖୁଲାସା...


ସାରା କହିଛନ୍ତି କି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ଅଛନ୍ତି ଯିଏ ଆପଣଙ୍କୁ ଅସୁରକ୍ଷିତ କରାଇବାରେ ଚେଷ୍ଟା କରିଥାଆନ୍ତି । ବଲିଉଡ ଅଭିନେତ୍ରୀଙ୍କୁ ସୁନ୍ଦର ଦେଖାଯିବାର ଚାପ ରହିଥାଏ । ତେଣୁ ଅଭିନେତ୍ରୀ ମାନେ ନିଜ ପ୍ରକୃତ ସୁନ୍ଦରତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି ।

ଏକ ସାକ୍ଷାତକାରରେ ଯେତେବେଳେ ସାରାଙ୍କୁ ପ୍ରଶ୍ନ କରାଗଲା କି ତାଙ୍କୁ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଚାପ ଅନୁଭବ ହେଉଛି କି ? ସାରା କହିଥିଲେ କି ଆପଣଙ୍କ କଥା ସମ୍ପୂର୍ଣ୍ଣ ରୂପେ ଠିକ୍ । ଏହି ସମୟରେ ଆମେ ଯାହା ଅନୁଭବ କରୁଛି ସେହି ଚାପରୁ ବାହାରି ସଠିକ୍ କଥା ଅନୁଭବ କରିବା କଥା । ଯେମିତି ଆପଣ ଅଛନ୍ତି, ସେହିପରି ରହି ଅନୁଭବ କରିବା କଥା ।

ସେ ଆହୁରି କହିଥିଲେ କି ତାଙ୍କ କହିବା କଥା ଏହା ନୁହେଁ କି ଯେମିତି ଅଛ ସେହିପରି ହୋଇ ରହିବ । ଯଦି ଆପଣଙ୍କ ଓଜନ 96 କେଜ ଅଛି, ତେବେ ଉଠନ୍ତୁ ଏବଂ ଜିମ ଯାଆନ୍ତୁ । କିନ୍ତ ଗୋଟିଏ ବିନ୍ଦୁରୁ ଉପରକୁ ଆପଣଙ୍କୁ ଯିବାର ଆବଶ୍ୟକତା ନାହିଁ । ଯଦି ଆପଣ ଯାହା ଅଛନ୍ତି, ସେଥିରେ କନଫିଡେଣ୍ଟ ଫିଲ୍ କରୁନାହାଁନ୍ତି, ତେବେ ଏପରି 500 ଲୋକ ଥିବେ ଯିଏ ଆପଣଙ୍କୁ ପଛକୁ ଟାଣିବାକୁ ଚେଷ୍ଟା କରିବେ ।

ଅନେକ ଲୋକ ଆପଣଙ୍କୁ ଭିନ୍ନ ଭିନ୍ନ କଥା କହିବେ । କିନ୍ତୁ ଆପଣଙ୍କୁ ଏହା କହିବା ଦରକାର ଯେ ଦେଖ ଦେଖ ମୁଁ ଏମିତି ଆଉ ଏମିତିରେ ବି ମୁଁ ଠିକ ଫିଲ କରେ । ଏହା ପରେ ବି କୌଣସି ଫରକ ପଡିବ ନାହିଁ । କାରଣ ଆମେ ସମସ୍ତଙ୍କୁ ମୋଟା ହେବା ପାଇଁ, ଫେକ ହେବା ପାଇଁ , ବାସ୍ତବିକତାରୁ ଅଧିକ ଦେଖାଯିବା ପାଇଁ ସବୁବେଳେ ଟ୍ରୋଲ କରାଯାଇଥାଏ ।

For All Latest Updates

ABOUT THE AUTHOR

...view details