ଓଡିଶା

odisha

ETV Bharat / sitara

ମହଙ୍ଗା କାର କିଣିଲେ ସଞ୍ଜୁ ବାବା

ଅଭିନେତା ସଞ୍ଜୟ ଦତ୍ତ ରେଞ୍ଜ ରୋଭର କିଣିଛନ୍ତି । ଯାହାକୁ ନେଇ ସେ ଚର୍ଚ୍ଚାରେ ଆସିଯାଇଛନ୍ତି । ତାଙ୍କ କାରର ଓଜନ ଦୁଇଟନରୁ ମଧ୍ୟ ଅଧିକା । ଏହା ସତ୍ତ୍ବେ 100କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ 5.5 ସେକେଣ୍ଡରେ ପହଞ୍ଚିପାରିବ ।

By

Published : Apr 12, 2019, 9:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ବି-ଟାଇନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ 'କଲଙ୍କ'କୁ ନେଇ ଖୁବ୍ ଉତ୍ସାହିତ । ଫିଲ୍ମରେ ସେ ପାଖାପାଖି 20 ବର୍ଷ ପରେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ନଜର ଆସିବେ । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏହା ବ୍ୟତୀତ ମଧ୍ୟ ଗୋଟିଏ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବଲିଉଡ ଗ୍ୟାଲେରିରେ ତାଙ୍କ ଚର୍ଚ୍ଚା ଜୋରଧରିଛି ।

କଥାଟି ହେଲା କି ସଞ୍ଜୟ ନିଜର ବ୍ରାଣ୍ଡ ନ୍ୟୁ କାର ଜୋ ରେଞ୍ଜ ରୋଭର କିଣିଛନ୍ତି । ଏହି ଖୁସିରେ ସେ ଇନଷ୍ଟାଗ୍ରାମରେ କାର ସହ ଏକ ଫଟୋ ସେୟାର ମଧ୍ୟ କରଛନ୍ତି ।

ଅଧିକାରିକ ରେକର୍ଡ ମୁତାବିକ, ସଞ୍ଜୟ ଜୋ ରେଞ୍ଜ ରୋଭର କିଣିଛନ୍ତି । ଏହାର ଓଜନ ଦୁଇଟନ ଠାରୁ ମଧ୍ୟ ଅଧିକ । ଏହା ସତ୍ତ୍ବେ 100କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ 5.5 ସେକେଣ୍ଡରେ ପହଞ୍ଚିପାରିବ । ଏହା ବ୍ୟତୀତ ଗାଡିର ଟପ ସ୍ପିଡ 225 କିଲୋମିଟର ପ୍ରତିଘଣ୍ଟା । ଜଣାଇ ଦେଉଛୁ ଯେ ଏହି ଗାଡିର ଇଞ୍ଜନରେ 8-ସ୍ପିଡ ଅଟୋମ୍ୟାଟିକ ଟ୍ରାସମିଶନ ରହିଅଛି ।

ସଞ୍ଜୟଙ୍କ ଏହି ଗାଡିର ଦାମ ଦିଲ୍ଲୀରେ 2.11 କୋଟି ଟଙ୍କା । ଏହାପୂର୍ବରୁ ତାଙ୍କ ପାଖରେ ଫରାରୀ 599 ଏବଂ ବିଏମଡବଲ୍ୟୁ-7 ସିରିଜ ଭଳି କାର ମଧ୍ୟ ଅଛି । ଏହାସହ ତାଙ୍କ ପାଖରେ ଅଡି Q7, ରଲ୍ସ ରାୟସ ଗୋଷ୍ଟ ଭଳି ଶାନଦାର ଗାଡିର କଲେକ୍ସନ ଅଛି ।

ପ୍ରକାଶ ଥାଉକି କେବଳ ସଞ୍ଜୟ ନୁହେଁ ନିକଟରେ କ୍ୟାଟ୍ରିନା କୈଫ ମଧ୍ୟ ରେଞ୍ଜ ରୋଭର ଭୋଗ କିଣିଥିବାରୁ ଚର୍ଚ୍ଚାରେ ଆସିଥିଲେ । ସେହିପରି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ଶାହରୁଖ ଖାନ, ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ଭଳି ଷ୍ଟାର୍ସଙ୍କ ପାଖରେ ମଧ୍ୟ ଏପିର ଗାଡି ଅଛି ।

ABOUT THE AUTHOR

...view details