ଓଡିଶା

odisha

ETV Bharat / sitara

ସଲମାନଙ୍କ ବଡ ଖୁଲାସା, ରାନୁଙ୍କୁ ଦେଇନାହାଁନ୍ତି ଫ୍ଲାଟ

ପରିଶେଷରେ ସାମ୍ନାକୁ ଆସିଯାଇଛି ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କୁ ସଲମାନ ଫ୍ଲାଟ ଦେବାର ବାସ୍ତବ କଥା । ସେ ରାନୁଙ୍କୁ କୌଣସି ଉପହାର ଦେଇନଥିବା ଏକ ସାକ୍ଷାତକାରରେ ବୟାନ ଦେଲେ ସଲମାନ ।

By

Published : Sep 24, 2019, 7:53 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାଇଜାନ ସଲମାନ ଖାନ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ 3’ କୁ ନେଇ ଖୁବବ୍ୟସ୍ତ । ଏହାସହ ସେ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଛୋଟ ପରଦାର ରିୟାଲିଟି ଶୋ ବିଗ ବସ ସିଜନ 13 । ଯାହାର ପ୍ରେସ କନଫ୍ରେନ୍ସ ମୁମ୍ବାଇରେ ସୋମବାର ଆୟୋଜିତ ହୋଇଯାଇଛି । ନିକଟରେ ସଲମାନଙ୍କୁ ନେଇ ଶୁଣିବାକୁ ମିଳୁଥିଲା ଯେ ସେ ଇଣ୍ଟରନେଟ ସନସନି ରାନୁ ମଣ୍ଡଲଙ୍କୁ ମୁମ୍ବାଇରେ ଏକ ଫ୍ଲାଟ ଉପହାର ଦେଇଛନ୍ତି ।

ତେବେ ଇତିମଧ୍ୟରେ ପ୍ରଥମଥର ସଲମାନ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଗ ବସ ପ୍ରେସ କନଫ୍ରେନ୍ସରେ ରାନୁଙ୍କୁ ଫ୍ଲାଟ ଦେବା ଖବରକୁ ନେଇ ସଲମାନ କହିଥିଲେ କି ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର । ସେ ଏହି ବିଷୟରେ ସୋସିଆଲ ମିଡିଆରେ ଅନେକ କଥା ଶୁଣିସାରିଛନ୍ତି । ଯାହା ସେ କରିନାହାଁନ୍ତି ତାହାର ଶ୍ରେୟ ସେ ନେବାକୁ ଚାହୁଁନାହାଁନ୍ତି । ସେ ଏପରି କିଛି ମଧ୍ୟ କରିନାହାଁନ୍ତି ରାନୁଙ୍କ ପାଇଁ ।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ସବୁ ମହଲରେ ଖବର ଜୋର ଧରିଥିଲା ଯେ ସଲମାନ ମୁମ୍ବାଇରେ ରାନୁଙ୍କୁ ଏକ ଫ୍ଲାଟ ଦେଇଛନ୍ତି ବୋଲି । ସଲମାନଙ୍କ ପୂର୍ବରୁ ରାନୁଙ୍କ ମ୍ୟାନେଜର ଅତୀନ୍ଦ୍ର ଚକ୍ରବର୍ତ୍ତୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସି ସାରିଛି । ସେ ମଧ୍ୟ ଫ୍ଲାଟ ଦେବା ଖବରକୁ ଖଣ୍ଡନ କରିଥିଲେ । ରାନୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅତୀନ୍ଦ୍ର ଏବେ ତାଙ୍କ ମ୍ୟାନେଜର ରୂପେ କାମ କରୁଛନ୍ତି ।

ABOUT THE AUTHOR

...view details