ଓଡିଶା

odisha

ETV Bharat / sitara

ରିଲିଜ ପୂର୍ବରୁ ସମସ୍ୟାରେ ଭାଇଜାନଙ୍କ 'ଭାରତ'

ଅଲ୍ଲୀ ଅବ୍ବାସ ଜଫରଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଭାରତ' ଜୁନ 5ରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ସଲମାନଙ୍କ ଫ୍ୟାନ୍ସ ମଧ୍ୟ ଖୁବ୍ ଉତ୍ସାହିତ । ଇତିମଧ୍ୟରେ ଭାରତ ମୁଣ୍ଡ ଉପରେ ବିବାଦ ଦେଖିବାକୁ ମିଳୁଛି ।

By

Published : May 31, 2019, 7:15 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଭାଇଜାନ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଭାରତ' ସିଲଭର ସ୍କ୍ରିନରେ ଧମାଲ କରିବାକୁ ପ୍ରସ୍ତୁତ ହୋଇସାରିଲାଣି । ଅଲ୍ଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଇଦ ଅର୍ଥାତ୍ ଜୁନ 5ରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ଆଜିକାଲି ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଅନ୍ୟପଟେ ଫିଲ୍ମକୁ ନେଇ ଏବେ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତିତ ମେକର୍ସ ।

କଥାଟି ହେଲା କି ରିଲିଜ ପୂର୍ବରୁ ସଲମାନଙ୍କ ଏହି ଫିଲ୍ମ ବିବାଦ ଘେରରେ ଆସିଯାଇଛି । ଜଣେ ଯାଚିକାକର୍ତ୍ତା ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛନ୍ତି କି ଫିଲ୍ମର ନାମ ପରିବର୍ତ୍ତନ କରିବା ପାଇଁ । ତାଙ୍କ ଅନୁଯାୟୀ ସଲମାନଙ୍କ ଫିଲ୍ମର ନାମ ସେକ୍ସନ 3 ଅଧିନିୟମର ଉଲ୍ଲଂଘନ କରିଛି । ଏହି ଅଧିନିୟନ ଅନୁଯାୟୀ ଭାରତ ଶବ୍ଦର ଉପଯୋଗ ପ୍ରଫେଶନାଲ ଏବଂ କମର୍ଶିୟାଲ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ ।

ପ୍ରକାଶ ଥାଉକି ଫିଲ୍ମରେ ମଧ୍ୟ ସଲମାନଙ୍କ ନାମ ଭାରତ ରଖାଯାଇଛି । ଫିଲ୍ମରେ ତାଙ୍କର ପାଞ୍ଚୋଟି ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିବ । 'ଭାରତ'ରେ ସଲମାନ ଓ କ୍ୟାଟଙ୍କ ବ୍ୟତୀତ ତବ୍ବୁ, ଦିଶା ପାଟନୀ, ଜ୍ୟାକି ଶ୍ରଫ, ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

For All Latest Updates

ABOUT THE AUTHOR

...view details