ଓଡିଶା

odisha

ETV Bharat / sitara

ଇନଶାଆଲ୍ଲା ଛାଡିବେ ଭାଇଜାନ !

ଫିଲ୍ମ ଇନଶାଆଲ୍ଲାର ସୁଟିଂ ବନ୍ଦ । କାରଣ ଏବେସୁଦ୍ଧା ଅସ୍ପଷ୍ଟ । ସଲମାନ-ସଞ୍ଜୟ ଲୀଲାଙ୍କ ମଧ୍ୟରେ ମତାନ୍ତର ହୋଇପାରେ ଅନ୍ୟତମ କାରଣ । ଫିଲ୍ମ ଛାଡିବାକୁ ଭାବୁଛନ୍ତି ସଲ୍ଲୁ ମିଆଁ ।

By

Published : Aug 28, 2019, 12:52 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସଞ୍ଜୟ ଲୀଲା ଭଂସାଲୀ ଓ ସଲମାନ ଖାନଙ୍କ ଯୋଡି 11 ବର୍ଷ ପରେ ପୁଣି ପରଦା ଉପରେ ଦେଖିବାକୁ ମିଳିବ । ବର୍ତ୍ତମାନ ପାଇଁ ଫିଲ୍ମର ସୁଟିଂକୁ ରୋକାଯାଇଥିବା ନେଇ ଫ୍ୟାନ୍ସ ଟିକେ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ଫିଲ୍ମ ଇନଶାଆଲ୍ଲାକୁ ନେଇ ଫ୍ୟାନ୍ସ ଖୁସ୍ ମାତ୍ର ଏବେ ଦୁହିଁଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାର ଖବର ଶୁଣିବାକୁ ମିଳୁଛି । ଦୁହିଁଙ୍କ ମଧ୍ୟରେ ସମ୍ବନୟର ଅଭାବ କାରଣରୁ ଫିଲ୍ମକୁ ରୋକାଯାଇଛି ।

ସୂଚନାମୁତାବକ, ସଲମାନ ଫିଲ୍ମର ସ୍କ୍ରିପ୍ଟରେ ପରିବର୍ତ୍ତନ ଚାହୁଁଥିବା ବେଳେ ଭଂସାଲି କିନ୍ତୁ ଏଥିରେ ପରିବର୍ତ୍ତନ ଚାହାଁନ୍ତିନି । ଏହାସହ ସଲମାନ 100କୋଟି ପାରିଶ୍ରମିକ ଚାହୁଁଛନ୍ତି ଯାହାକୁ ନେଇ ଭଂସାଲିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ସଲମାନ ୱାଲୁଚା ଦେ ସୋଜା ଓ ଡେଜି ଶାହାଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି କିନ୍ତୁ ଭଂସାଲି ଏହାକୁ ସମ୍ପୁର୍ଣ୍ଣ ଗ୍ରହଣ କରିବାକୁ ରାଜି ନୁହେଁ ।


ତେବେ ଏସବୁ ବିବାଦ କେତେ ମାତ୍ରାରେ ସତ ସେନେଇ କୌଣସି ଖବର ମିଳିପାରିନାହିଁ । ଫିଲ୍ମ ଇନଶାଆଲ୍ଲା ତ' ରିଲିଜ ନିଶ୍ଚିତ ହେବ କିନ୍ତୁ ଏଥିରେ ସଲମାନଙ୍କୁ ଦେଖିବାକୁ ମିଳିବ ନା ଆଉ କାହାକୁ ତାହା ଦେଖିବା ବାକି ରହିଲା ।

ABOUT THE AUTHOR

...view details