ଓଡିଶା

odisha

ETV Bharat / sitara

'ମୋଦି'କୁ ନେଇ ଖପ୍ପା ଭାଇଜାନ୍

କିଛିଦିନ ହେବ କଣ୍ଟ୍ରୋଭର୍ସିରେ ଥିବା 'ପିଏମ ନରେନ୍ଦ୍ର ମୋଦି' ବାୟୋପିକକୁ ନେଇ ଖପ୍ପା ସଲମାନ ଖାନ୍। ତାଙ୍କ ବିନା ଅନୁମତିରେ ଦବଙ୍ଗଙ୍କ ଏକ ଗୀତ ଫିଲ୍ମରେ ବ୍ୟବହାର କରାଯିବା ନେଇ ଅସନ୍ତୋଷ ସେ ।

By

Published : Mar 26, 2019, 10:51 PM IST

ଡିଜାଇନ ଫଟୋ

ମୁମ୍ବାଇ: ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ବାୟୋପିକ 'ପିଏମ ନରେନ୍ଦ୍ର ମୋଦି' । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ରିଲିଜ ପୂର୍ବରୁ ଫିଲ୍ମ ଅନେକ ସମସ୍ୟା ଦେଇ ଗତି କରୁଥିବାଦେଖିବାକୁ ମିଳୁଛି । ଯେଉଁଠାରେ ଫିଲ୍ମ ରିଲିଜରେରୋକ ଲଗାଇବା ପାଇଁ ମୁମ୍ବାଇ ହାଇକୋର୍ଟରେ ଯାଚିକା ଦାଏର ହୋଇଛି ସେଠାରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଏହି ଫିଲ୍ମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

କଥାଟି ହେଲା କି ଫିଲ୍ମର ଗୀତ ମଧ୍ୟ ନିକଟରେ ରିଲିଜ ହୋଇଥିଲା । ଯାହାକୁ ନେଇ ସଲମାନ ଖପା । କାରଣ ତାଙ୍କ ଫିଲ୍ମ 'ଦଶ'ର ପପୁଲାର ଗୀତ 'ସୁନୋ ଗୌର ସେ ଦୁନିୟା ବାଲୋ' ଏହି ଫିଲ୍ମରେ ବିନା ଅନୁମତିରେ ବ୍ୟବହାର କରାଯାଇଛି । ଏହି କଥାକୁ ନେଇ ଖୁବ୍ ରାଗିଛନ୍ତି ସଲମାନ । ଜଣାଇ ଦେଉଛୁ ଯେ ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରାୟ ନଜର ଆସିବେ ।

ଅନ୍ୟପଟେ ବିବେକଙ୍କ ଏହି ଫିଲ୍ମରେ ଗୀତ ବିରୋଧରେ ଟି-ସିରିଜ ତରଫରୁ କୌଣସି ଆକ୍ସନ ଏଯାବତ ନିଆଯାଇନାହିଁ । ଯାହାକି ସମ୍ପୂର୍ଣ୍ଣ ରୂପେ କପିରାଇଟମାମଲା । ବର୍ତ୍ତମାନ ଫିଲ୍ମ ଉପରେ ଅନେକ ଲିଗାଲ ନୋଟିସ୍ ଜାରି ହୋଇସାରିଲାଣି । ଦେଖିବାକୁ ବାକି ରହିଲା କି ସଲମାନ ମଧ୍ୟ କୌଣସି ଲିଗାଲ ନୋଟିସ୍ ଫିଲ୍ମକୁ ପଠାଇବେ ନା ଚୁପ ରହିବେ ।

For All Latest Updates

ABOUT THE AUTHOR

...view details