ଓଡିଶା

odisha

ETV Bharat / sitara

ସଲମାନଙ୍କ ଧର୍ମକୁ ନେଇ ପ୍ରଶ୍ନବାଚୀ

BottleCapChallenge ଗ୍ରହଣ କରି ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟରେ ସଲମାନ । କମେଣ୍ଟରେ ତାଙ୍କ ଧର୍ମକୁ ନେଇ ଉଠିଲା ପ୍ରଶ୍ନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

By

Published : Jul 16, 2019, 2:47 PM IST

ମୁମ୍ବାଇ: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ BottleCapChallenge ଟ୍ରେଣ୍ଡ କରିବାରେ ଲାଗିଛି । ଏହି ଚ୍ୟାଲେଞ୍ଜ ଜରିଆରେ ଗୋଟିଏ ବଟଲର କ୍ୟାପକୁ କିକ ଜରିଆରେ ଖୋଲିବାରେ ଲାଗି ପଡିଛନ୍ତି ଅନେକ ଲୋକ । ଖାଲି ସାଧାରଣ ଜନତା ନୁହେଁ ଏହି ଚ୍ୟାଲେଞ୍ଜିଟି ବି-ଟାଉନ ଷ୍ଟାର୍ସଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚାରେ । ଅନେକ କଳାକାର ଏହି ଚ୍ୟାଲେଞ୍ଜ ପୂରଣ କରିସାରିଲେଣି ।

ସେହିପରି ଗତ ରବିବାର ସୁପରଷ୍ଟାର ସଲମାନ ଖାନ ନିଜ ଦବଙ୍ଗ ଷ୍ଟାଇଲ ଅନ୍ଦାଜରେ ବଟଲ କ୍ୟାପ ଚ୍ୟାଲେଞ୍ଜ ପୂରଣ କରିଥିଲେ । ଏହାସହ ସେ ଲୋକଙ୍କୁ ପାଣି ସଞ୍ଚୟ କରିବାକୁ ମଧ୍ୟ ପରାର୍ମଶ ଦେଇଥିଲେ । ସଲମାନଙ୍କ ଏହି ଅନ୍ଦାଜ ଯେଉଁଠାରେ ଅନେକ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ସେହିଠାରେ କିଛି ହେଟର୍ସଙ୍କୁ ଏହି ଭିଡିଓଟି ଆଦୌ ପସନ୍ଦ ଆସିନାହିଁ । ଯାହାକୁ ଆଧାର କରି ତାଙ୍କୁ ଟ୍ରୋଲ କରିବାର ଆରମ୍ଭ କରିଦେଇଛନ୍ତି ୟୁଜର୍ସ ।

ଅନ୍ୟପଟେ କିଛି ୟୁଜର୍ସ ସଲମାନଙ୍କ ଏହି ଚ୍ୟାଲେଞ୍ଜକୁ ଧର୍ମ ସହ ଯୋଡିଛନ୍ତି । କଥାଟି ହେଲା କି ସଲମାନ ଚ୍ୟାଲେଞ୍ଜ କରିବା ପୂର୍ବରୁ ନମସ୍କାର କରି ଦୁଇ ହାତ ଯୋଡୁଛନ୍ତି ପୁଣି ଆଦାବ କରିଛନ୍ତି । ପରେ ବଟଲ କ୍ୟାପକୁ ପାଟିରେ ପୁଙ୍କି ପିଙ୍ଗି ଦେଉଛନ୍ତି । ଚ୍ୟାଲେଞ୍ଜ ପୂରଣ କରିସାରି ସେ ହୋଲି କ୍ରସର ସାଇନ ମଧ୍ୟ କରୁଥିବାର ଦେଖାଯାଉଛନ୍ତି । ଏହି କାରଣରୁ ଟ୍ରୋଲର୍ସଙ୍କୁ ସଲମାନଙ୍କ ଆଲୋଚନା କରିବାକୁ ବାହାନା ମିଳିଯାଇଛି । ଏବେ ତାଙ୍କ ଧାର୍ମିକ ମାନ୍ୟତା ଉପରେ ପ୍ରଶ୍ନ ଉଠୁଛି ।

ଜଣେ ୟୁଜର ଲେଖିଛନ୍ତି, "ସଲମାନ ଖାନ ତୁମେ ମୁସଲିମ କି ଖ୍ରୀଷ୍ଟିୟାନ ?" ଆଉ ଜଣେ ଲେଖିଛନ୍ତି, "ତୁମେ କେଉଁ ଧର୍ମରେ ବିଶ୍ବାସ ରଖୁଛ? ଦୟା କରି ନିର୍ଦ୍ଧାରିତ କର ।" ସେହିଠାରେ କିଛି ଲୋକ ସଲମାନଙ୍କୁ ସପୋର୍ଟ ମଧ୍ୟ କୁରଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, "ପ୍ରଥମେ ସଲମାନ ନମସ୍କାର କଲେ ପୁଣି ଦୁଆ ପରେ କ୍ରସ ସାଇନ । ଏହା କରି ସେ ସାବ୍ୟସ୍ତ କରିଛନ୍ତି ଯେ ସେ ସେକ୍ୟୁଲର ଏବଂ ସବୁ ଧର୍ମ ଉପରେ ବିଶ୍ବାସ କରନ୍ତି ।

ABOUT THE AUTHOR

...view details