ଓଡିଶା

odisha

ETV Bharat / sitara

କୁନି ଝିଅ ଭିଡିଓ ସେୟାର କରି ଚର୍ଚ୍ଚାରେ ଭାଇଜାନ୍

ସୋସିଆଲ ମିଡିଆରେ ସଲମାନ ସେୟାର କଲେ ଜଣେ କୁନି ଝିଅଙ୍କ ଭାଷଣ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

By

Published : Jun 30, 2019, 6:20 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇଜାନ ସଲମାନ ଖାନ ସବୁବେଳେ ଆକ୍ଟିଭ ରୁହନ୍ତି । ଆଉ ନିଜ ଫ୍ୟାନ୍ସଙ୍କ ପାଇଁ ପ୍ରାୟତଃ ଫଟୋ ଏବଂ ଅନେକ ଭିଡିଓ ସେୟାର କରୁଥିବାର ମଧ୍ୟ ଦେଖାଯାଆନ୍ତି । ଏମିତିରେ ସଲମାନ ପୁଣି ଗୋଟିଏ ଭିଡିଓ ସେୟାର କରିଛନ୍ତି । ଯାହା ଭାଇରାଲ ହେବା ସହ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଛି ।

ଭିଡିଓରେ ସଲମାନଙ୍କ ଠାରୁ ଜଣେ କୁନି ଝିଅଙ୍କୁ ଅଧିକା ଫ୍ୟାନ୍ସ ପସନ୍ଦ କରିଛନ୍ତି । ସେ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଜଣେ କୁନି ଝିଅ ମରାଠୀ ଓ ହିନ୍ଦୀରେ ଭାଷଣ ଦେଉଥିବାର ଦେଖାଯାଉଛନ୍ତି । 36 ସେକେଣ୍ଡର ଏହି ଭିଡିଓରେ ସେହି କୁନି ଝିଅ ଭାରତର ସ୍ବାଧୀନତାର ଗାଥା ସମସ୍ତଙ୍କୁ ଶୁଣାଉଥିବାର ନଜର ଆସୁଛି ।

ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଠାରୁ ନେଇ ରାଣୀ ଲକ୍ଷ୍ମୀବାଇ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ନିଜ ଭାଷଣରେ ନେଉଥିବାର ଦେଖାଯାଉଛନ୍ତି । ଭିଡିଓଟି ସଲମାନ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ବଚ୍ଚେ ବଚ୍ଚେ ମେଁ ଭାରତ ।" ଅନ୍ୟପଟେ ସଲମାନ ମଧ୍ୟ ସେହି ଝିଅର ଭାଷଣରେ ଫିଦା ହୋଇଯାଇଛନ୍ତି । ଆଉ ଖୁବ୍ ତାଳି ମାରୁଥିବାର ଦେଖାଯାଉଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ...

ABOUT THE AUTHOR

...view details