ଓଡିଶା

odisha

ETV Bharat / sitara

'ଭାରତ'ର କ୍ଲାଇମେକ୍ସ ଲିକ !

ବର୍ତ୍ତମାନ ଚର୍ଚ୍ଚାରେ ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଭାରତ'। ଏହାର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି ଭାଇଜାନ। ଇତିମଧ୍ୟରେ ଫିଲ୍ମକୁ ନେଇ ଶୁଣିବାକୁ ମିଳୁଛି ଏକ ନୂଆ ଖବର। କଥା ହେଉଛି ଯେ ଏହି ଫିଲ୍ମର କ୍ଲାଇମେକ୍ସ ଲିକ ହୋଇଛି। ଯାହା ଫଳରେ ନିରାଶ ହୋଇଛନ୍ତି ଏହାର ନିର୍ମାତା।

By

Published : Feb 14, 2019, 1:29 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ସଲମାନ ଖାନ ପୂର୍ବ କିଛି ଦିନରୁ ନିଜର ଅପକମିଂ ଫିଲ୍ମ 'ଭାରତ' ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମର ଟିଜର ରିଲିଜ ପରେ ହିଁ ଦର୍ଶକଙ୍କ ମନରେ ଛାଇ ଯାଇଛି। ଅଲ୍ଲୀ ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଭାରତ'ର କ୍ରେଜ ଦର୍ଶକଙ୍କ ମଧ୍ୟରେ ଏବେ ଠାରୁ ଦେଖିବାକୁ ମିଳୁଛି। ଇତିମଧ୍ୟରେ ଫିଲ୍ମର କ୍ଲାଇମେକ୍ସ ଲିକ ହୋଇଯାଇଛି। ଯାହା ଏହି ଫିଲ୍ମର ନିର୍ମାତାଙ୍କୁ ନିରାଶ କରିଛି। ଖବର ଅନୁଯାୟୀ ଫିଲ୍ମର କ୍ଲାଇମେକ୍ସ ସିନ ପାଇଁ 10କୋଟି ବଜେଟରେ ତିଆରି ହୋଇଥିବା ସେଟକୁ ନଷ୍ଟ କରାଯିବ।

କୁହାଯାଇଛି ଯେ ଏହି ଫିଲ୍ମର କ୍ଲାଇମେକ୍ସ ସବୁଠାରୁ ଭିନ୍ନ ଢଙ୍ଗର ଓ ଲୋମହର୍ଷଣକାରୀ ହେବ । ଯେଉଁଠାରେ 10 କୋଟି ଟଙ୍କାରେ ତିଆରି ହୋଇଥିବା ସେଟକୁ ନଷ୍ଟ କରାଯିବ। ଏହି ସେଟକୁ ମୁମ୍ବାଇର ଫିଲ୍ମ ସିଟିରେ 10କୋଟି ଟଙ୍କାରେ ତିଆରି କରାଯାଇଛି।

କ୍ଲାଇମେକ୍ସ ସିନର ସୁଟି କରିବା ପାଇଁ ପୁରା ଗୋଟିଏ ଦିନ ଲାଗିଥିଲା ପୁରା ଷ୍ଟାରକାଷ୍ଟଙ୍କୁ। ଏହି କ୍ଲାଇମେକ୍ସ ସିନରେ ସଲମାନଙ୍କ ସହ ଜ୍ୟାକି ଶ୍ରଫ, ସୁନୀଲ ଗ୍ରୋଭର ଏବଂ ତବ୍ବୁ ନଜର ଆସିବେ। ନିର୍ଦ୍ଦେଶକ ପୂର୍ବରୁ କହିଥିଲେ କି ଫିଲ୍ମରେ ଭରପୁର ଆକ୍ସନ ସିନ ଦେଖିବାକୁ ମିଳିବ। ଅଲ୍ଲୀ ଅବ୍ବାସ ଦର୍ଶକଙ୍କ ପାଇଁ ଆକ୍ସନର ଓଭରଡୋଜ ଫିଲ୍ମରେ ପ୍ରସ୍ତୁତ କରିସାରିଲେଣି।

ABOUT THE AUTHOR

...view details