ମୁମ୍ବାଇ: ଭାଇଜାନ ସଲମାନ ଖାନ ଓ ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୀୟ ଲୀଲା ବଂଶାଲୀଙ୍କ ଯୋଡି ପୁଣିଥରେ ପରଦାରେ ଦେଖିବେ ଦର୍ଶକ । ପାଖାପାଖି 11 ବର୍ଷ ପରେ ଏହି ଯୋଡି ଫିଲ୍ମ ‘ଇନଶା ଆହ୍ଲା’ ନେଇ ଦର୍ଶକଙ୍କୁ ମନୋରଞ୍ଜନ କରିବେ । କିନ୍ତୁ ଗତ କାଲି ସଲମାନ ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ ନିରାଶ କରିଦେଇଥିଲେ ।
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ କଥାଟି ହେଲା କି ସଲମାନଙ୍କ ଫ୍ୟାନ୍ସ ସବୁବେଳେ ଇଦରେ ତାଙ୍କ ଫିଲ୍ମ ଦେଖି ଆସୁଛନ୍ତି । ଆଉ ସେ ଟ୍ବିଟ କରି ‘ଇନଶା ଆହ୍ଲା’ ଇଦରେ ରିଲିଜ ହେବ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ଉଦାସ ହୋଇଯାଇଥିଲେ ଫ୍ୟାନ୍ସ ।
ସୋମବାର କିନ୍ତୁ ଆଉ ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ ଖୁସ କରିଦେଇଛନ୍ତି ଭାଇଜାନ । ‘ଇତନା ମତ ସୋଚନା ମେରେ ବାରେ ମେଂ, ଦିଲ୍ ମେଂ ଆତା ହୁଂ ଔର ଇଦ ପେ ଭି ।’ ବୋଲି ଟ୍ବିଟ କରିଛନ୍ତି ଭାଇଜାନ
ପ୍ରକାଶ ଥାଉକି ସାଜିଦ ନାଦିୟାଦୱାଲାଙ୍କ ଆଗାମୀ ଫିଲ୍ମ ‘କିକ-2’, ଅଲ୍ଲୀ ଅବ୍ବାସ ଜଫର ଓ ସୋହିଲ ଖାନଙ୍କ ‘ଶେର ଖାନ’ ଏବଂ ଭଂସାଲୀଙ୍କ ‘ଇନଶାଲ୍ହା’ ଇଦରେ ରିଲିଜ ହେବାର ଥିଲା । କିନ୍ତୁ ଇନଶାଲ୍ହା ବାଦ ପଡିବା ପରେ ସଲମାନ ନିହାତି ଅନ୍ୟ ଦୁଇଟି ଫିଲ୍ମ ମଧ୍ୟରୁ ଗୋଟିଏ ଯାହା ବି ହେଲେ ଇଦରେ ରିଲିଜ କରିବେ । ତେଣୁ ତ ସେ ଏପରି ଟ୍ବିଟ କରି ଫ୍ୟାନ୍ସଙ୍କୁ ଏକ୍ସାଇଟେଡ କରିଦେଇଛନ୍ତି ।