ଓଡିଶା

odisha

ETV Bharat / sitara

ଟିମ ଭାରତକୁ ‘ଭାରତ’ଙ୍କ ଶୁଭେଚ୍ଛା !

ଗତକାଲି ପାକିସ୍ତାନକୁ 89 ରନରେ ହରାଇ ଟିମ ଇଣ୍ଡିଆ ଦେଶକୁ ଗର୍ବିତ କରିଛି । ଏହି ଅବସରରେ ସୋସିଆଲ ମିଡିଆରେ ବି-ଟାଉନ ଷ୍ଟାର୍ସଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।

By

Published : Jun 17, 2019, 5:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ କୌଣସି ନା କୌଣସି ଟ୍ବିଟ ଖୁବଶୀଘ୍ର ଭାଇରାଲ ହୋଇଥାଏ । ତେବେ ତାହା କାହାକୁ ଶୁଭେଚ୍ଛା ଦେବାରେ ହେଉ କିମ୍ବା କାହାକୁ ଟାର୍ଗେଟ କରିବାରେ ହେଉ । ଗତ ରବିବାର ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ମଇଦାନରେ ଖେଳାଯାଇଥିବା ଆଇସିସି ବିଶ୍ବକପ-2019ର ବହୁପ୍ରତିକ୍ଷିତ ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ 89 ରନରେ ହରାଇ ବିଜୟ ହାସିଲ କରିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

ଅନେକ ଷ୍ଟାର୍ସ ଟ୍ବିଟ କରି ଟିମ ଇଣ୍ଡିଆକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର ସଲମାନ ଖାନ । ବର୍ତ୍ତମାନ ତାଙ୍କ ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇଜାନ ପୁଣିଥରେ ଖାସ୍ ଅନ୍ଦାଜରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଟିମ ଇଣ୍ଡିଆର ଜର୍ସି ପିନ୍ଧି ସୋଫାରେ ବସିଥିବାର ଦେଖାଯାଉଛନ୍ତି । ଏହାକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, "ଟିମ ଭାରତକୁ ‘ଭାରତ’ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।" ଏହି ଟ୍ବିଟ ଦ୍ବାରା ପୁଣି ଛାଇ ଯାଇଛନ୍ତି ସଲମାନ ।

For All Latest Updates

ABOUT THE AUTHOR

...view details