ଓଡିଶା

odisha

ETV Bharat / sitara

'ଭାରତ'ର ଜବରଦସ୍ତ ଓପନିଂ: ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଭାଇଜାନ

'ଭାରତ'ର ଜବରଦସ୍ତ ଓପନିଂ ପାଇଁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ସଲମାନ ଖାନ । ଟ୍ବିଟ କରି 'ଜୟ ହିନ୍ଦ୍' କହିଲେ ଭାଇଜାନ । 'ଭାରତ'ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି କ୍ୟାଟ୍ରିନା କୈଫ ଓ ସଲମାନ ।

By

Published : Jun 7, 2019, 3:26 AM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଭାରତ' ରିଲିଜ ହୋଇଛି । ଫିଲ୍ମଟିକୁ ଦେଖିବା ପାଇଁ ସିନେମା ହଲ ସାମ୍ନାରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ ଦେଖିବାକୁ ମିଳୁଛି । 'ଭାରତ' ଫିଲ୍ମ ଜରିଆରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ସଲମାନ । ପ୍ରଥମ ଦିନରେ ଜବରଦସ୍ତ ଆୟ କରି ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଓପନିଂ ଡେ ରେ ଫିଲ୍ମଟି 42.03 କୋଟି ଆୟ କରିଛି । ଯାହା ସଲମାନଙ୍କ କ୍ୟାରିୟରରେ ଏଯାବତର ସବୁଠାରୁ ବମ୍ପର ଓପନିଂ ସାବ୍ୟସ୍ତ ହୋଇଛି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

ଅନ୍ୟପଟେ ଏହି ବମ୍ପର ଓପନିଂ ପାଇଁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ସଲମାନ ଟ୍ବିଟ କରିଛନ୍ତି । ସେ ଏକ ପୋଷ୍ଟ ଜରିଆରେ ଲେଖିଛନ୍ତି, "ମୋତେ ମୋ କ୍ୟାରିୟରର ସବୁଠାରୁ ବଡ ଓପନିଂ ଦେବା ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । କିନ୍ତୁ ମୋତେ ସବୁଠାରୁ ଅଧିକ ଖୁସି ଏବଂ ଗର୍ବ ତେବେ ଅନୁଭବ ହେଲା ଯେବେ ଫିଲ୍ମର ଗୋଟିଏ ସିନରେ ଜାତୀୟ ସଙ୍ଗୀତ ବାଜିଥିଲା ଏବଂ ଯାହା ପାଇଁ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥିଲେ । ଆମେ ଦେଶ ପାଇଁ ଏହାଠାରୁ ଅଧିକ ସମ୍ମାନର କଥା ଆଉ କିଛି ହୋଇପାରିବ ନାହିଁ, ଜୟ ହିନ୍ଦ "।

ବର୍ତ୍ତମାନ ଫିଲ୍ମଟିକୁ ଦର୍ଶକଙ୍କ ଖୁବ୍ ପସନ୍ଦ କରୁଛନ୍ତି । ଫିଲ୍ମରେ ସଲମାନଙ୍କ ନିଖୁଣ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଦର୍ଶକଙ୍କ ବ୍ୟତିତ ସଲମାନ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ । ଅନ୍ୟପଟେ ଫିଲ୍ମର ଗ୍ରାଣ୍ଡ ଓପନିଂ ତାଙ୍କ ଏକ୍ସାଇଟମେଣ୍ଟକୁ ଦ୍ବିଗୁଣିତ କରିଦେଇଛି ।

ABOUT THE AUTHOR

...view details