ଓଡିଶା

odisha

ETV Bharat / sitara

ବଲିଉଡରେ କେବଳ ହିଟ ନୁହେଁ ଫିଟ ବି ସଲମାନ

ଭାରତ ଫିଲ୍ମ ପରେ ସୋସିଆଲ ମିଡିଆରେ କାଫି ଆକ୍ଟିଭ ଅଛନ୍ତି ସଲମାନ ଖାନ । ପ୍ରତିଦିନ ନିଜ ଫିଟନେସ ଭିଡିଓ ସେୟାର କରୁଛନ୍ତି ଭାଇଜାନ ।

By

Published : Jun 24, 2019, 2:22 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhan

ହାଇଦ୍ରାବାଦ: ସଲମାନ ଖାନ ଏବେ ଭାରତର ସଫଳତାକୁ ଉପଭୋଗ କରୁଛନ୍ତି । ଭାରତ ରିଲିଜ ପରେ ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି ସଲମାନ । ପ୍ରତିଦିନ ସଲମାନ ନୂଆ ନୂଆ ଫିଟନେସ ଭିଡିଓ ସେୟାର କରିଛନ୍ତି । କେତେବେଳେ ୱେଟ ଲିଫ୍ଟ କରୁଥିବାର ଦେଖିବାକୁ ମିଳିଛି ତ' କେବେ ସୁଇମିଂ ପୁଲରେ ବ୍ୟାକ ଲିଫ୍ଟ କରୁଛନ୍ତି ସଲମାନ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhan

ବଲିଉଡର ସବୁଠୁ ଫିଟ ଅଭିନେତା ବୋଲି ପ୍ରମାଣିତ କରିଛନ୍ତି ସଲମାନ ଖାନ । ଏଥରକ ସଲମାନ ଲେଗ୍ ସ୍ପିଲ୍ଟ କରୁଥିବାର ଦେଖିବାକୁ ମିଳିଛି । ଭାଇଜାନଙ୍କ ଏହି ଫଟୋ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି । ନିକଟରେ ସଲମାନ ନିଜ ପରିବାର ସହ ସମୟ ବିତାଉଥିବାର ନଜର ଆସିଥିଲେ । ସୋହେଲ ଖାନଙ୍କ ଛୁଆଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି ସଲମାନ ।

ତେବେ ସଲମାନଙ୍କ ଫିଲ୍ମ ‘ଭାରତ’ 200କୋଟି କ୍ଲବରେ ସାମିଲ ହୋଇସାରିଛି । ଆଗକୁ ସଲମାନ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇନସାଲ୍ହା’ରେ ନଜର ଆସିବେ । ଏହା ସହ ଦବଙ୍ଗ-3, କିକ୍-2ର ସୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ ।

ABOUT THE AUTHOR

...view details