ଓଡିଶା

odisha

ETV Bharat / sitara

ଫ୍ୟାନ୍ସଙ୍କ ଲଢେଇକୁ ନେଇ ନାଖୁସ ସଲମାନ

ବଲିଉଡ ଷ୍ଟାର୍ସଙ୍କ ଫ୍ୟାନ୍ସ ନିଜ ନିଜ ଷ୍ଟାରଙ୍କୁ ନେଇ ସବୁବେଳେ ଉତ୍ସାହରେ ଥାଆନ୍ତି । ତେବେ ଏଥିପାଇଁ ବେଳେ ଦୁଇ ଷ୍ଟାରଙ୍କ ଫ୍ୟାନ୍ସଙ୍କ ଭିତରେ ଲଢେଉ ମଧ୍ୟ ହୋଇଯାଏ ଓ ଏହାକୁ ସଲମାନ କେବେବି ପସନ୍ଦ କରନ୍ତିନାହିଁ ।

By

Published : Jun 2, 2019, 2:18 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhan

ହାଇଦ୍ରାବାଦ: ସଲମାନ ଖାନ ଓ କ୍ୟାଟ୍ରିନା କୈଫ ଏବେ ଭାରତ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋଶନ ସହ ପରସ୍ପର ସହ ଥିବା ବଣ୍ଡିଂ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନିକଟରେ ଦୁହେଁ ଏକ ସାକ୍ଷାତକାରରେ ଯୋଗ ଦେଇ ସଲମାନ ଓ କ୍ୟାଟ୍ରିନା ସୋସିଆଲମିଡିଆ ଉପରେ ମତାମତ ରଖିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhan

କ୍ୟାଟ୍ରିନା ଟ୍ବିଟରରେ ନଥିବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିବା ପରେ, ଏକ ଖାସ କାରଣ ଦେଇଥିଲେ କ୍ୟାଟ । ସେ କହିଥିଲେ ଟ୍ବିଟରରେ ବେଶି ନକରାତ୍ମକ କମେଣ୍ଟ ପୋଷ୍ଟ ଆସେ ଓ ଏହାକୁ ସମ୍ଭାଳିବା ବହୁତ ମୁସକିଲ୍ । କ୍ୟାଟ୍ରିନାଙ୍କ କଥାରେ ସହମତ ହୋଇ ସଲମାନ କହିଥିଲେ ଫ୍ୟାନ୍ସ କ୍ଲବ ପରସ୍ପର ସହ ଲଢନ୍ତି ଆଉ ଦୋଷ ଆମ ଉପରେ ଲାଗେ । ତେଣୁ ଏ ସବୁ ଫ୍ୟାନକ୍ଲବ ତିଆରି ହେବା ପ୍ରଥା ବନ୍ଦ ହେବା ଜରୁରୀ ବୋଲି କହିଥିଲେ ଭାଇଜାନ ।

ଫେକ ଆକାଉଣ୍ଟ ଖୋଲି ଫ୍ୟାନ-ଫ୍ୟାନ ଭିତରେ ଝଗଡା ଲାଗନ୍ତି ଯେମିତିକି ସେମାନଙ୍କୁ କିଏ ଏଥିପାଇଁ ଟଙ୍କା ଦେଇଛି ମାତ୍ର 5ମିନିଟରେ ସେମାନଙ୍କ ପରିଚୟ ମିଳିଯାଏ ବୋଲି କହିଛନ୍ତି ସଲମାନ ।

ABOUT THE AUTHOR

...view details