ଓଡିଶା

odisha

‘ସ୍ତ୍ରୀ’ ପରେ ଆସୁଛି ଆଉ ଏକ 3D ହରର

ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବେ ସୈଫ ଅଲ୍ଲୀ ଖାନ ଓ ଫତିମା ସନା ଶୈଖ, ଅଲ୍ଲୀ ଫଜଲ । ଏହି ତିନି ଷ୍ଟାର୍ସ କମେଡି ହରର 3D ଫିଲ୍ମ 'ଭୂତ ପୋଲିସ'ରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଅଗଷ୍ଟ ଆରମ୍ଭ ହେବାକୁ ଯାଉଛି ।

By

Published : Apr 11, 2019, 11:35 PM IST

Published : Apr 11, 2019, 11:35 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କମେଡି-ହରର ଫିଲ୍ମ 'ସ୍ତ୍ରୀ'ର ସଫଳତା ପରେ ବଲିଉଡରେ ଏବେ କମେଡି 3D ଭୂତ ଫିଲ୍ମ ଦେଖିବାକୁ ମିଳିବ । ଯାହାକୁ ନେଇ ଖୁବ୍ ଉତ୍ସାହିତ ଦର୍ଶକ । ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ଓ ଦଙ୍ଗଲ ଗର୍ଲ ଫତିମା ସନା ଶୈଖଙ୍କ ଷ୍ଟାରର ଫିଲ୍ମ 'ଭୂତ ପୋଲିସ'ର ସୁଟିଂ ଅଗଷ୍ଟରେ ଆରମ୍ଭ ହେବାକୁ ଯାଉଛି ।

ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏହାର ସୂଚନା ଟ୍ବିଟରରେ ଦେଇ ଫିଲ୍ମକାଷ୍ଟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହାସହ ଏହି ହରର, କମେଡି 3D ଫିଲ୍ମରେ ମୁଖ୍ୟ ଭୂମିକାରେ ସୈଫ, ଫତିମା, ଅଲ୍ଲୀ ଫଜଲ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ପବନ କ୍ରିପାଲାନୀ ତୁଲାଇଛନ୍ତି ଥିବା ବେଳେ ଫିଲ୍ମରେ ପ୍ରଯୋଜନା କରିବ ଫକ୍ସ ଷ୍ଟାର ଷ୍ଟୁଡିଓ । ଫିଲ୍ମର ସୁଟିଂଟି ଅଗଷ୍ଟରେ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାଇଛନ୍ତି ତରଣ ।

ତରଣ ସେୟାର କରିଥିବା ଫଟୋରେ ଫତିମା ଏକ ଚେୟାରରେ ୱେଷ୍ଟେନ ଆଉଟଫିଟରେ ବସିଥିବା ବେଳେ ତାଙ୍କ ବାମ ପଟେ ସୈଫ ଏବଂ ଡାହାଣ ପଟେ ଅଲ୍ଲୀ ଠିଆ ହୋଇଥିବାର ନଜର ଆସୁଛନ୍ତି । ଫଟୋରେ ସବୁଠାରୁ ମୁଖ୍ୟକଥା ହେଲା କି ଦୁଇ ଅଭିନେତା ବ୍ଲାକ ଡ୍ରେସ ସହ ବ୍ଲାକ ଚଷମା ମଧ୍ୟ ଲଗାଇଛନ୍ତି । ଯାହା ଦୁଇ ଅଭିନେତାଙ୍କୁ ଖୁବ୍ ଆକର୍ଷିତ କରୁଛି ।

ପ୍ରଥମଥର 'ଭୂତ ପୋଲିସ' ଫିଲ୍ମରେ ସୈଫ ଓ ଫତିମାଙ୍କ ଯୋଡି ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ନିର୍ଦ୍ଦେଶକ ପବନ ପୂର୍ବରୁ 'ରାଗିନୀ ଏମଏମଏସ' ଏବଂ 'ଫୁବିଆ' ଭଳି ଫିଲ୍ମ କରିସାରିଛନ୍ତି ।

ପ୍ରକାଶ ଥାଉକି ପୂର୍ବରୁ ଫିଲ୍ମର ନାମ 'ତାନ୍ତ୍ରିକ' ରଖାଯିବା ସହ ଅଭିଷେକ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିଥାଆନ୍ତେ । କିନ୍ତୁ କିଛି ସମସ୍ୟା ପାଇଁ ଅଭିଷେକଙ୍କ ସ୍ଥାନରେ ଫିଲ୍ମରେ ଏବେ ସୈଫ ଦେଖାଯିବେ । ଏଯାବତ ଫିଲ୍ମର ରିଲିଜ ତାରିଖର ନିଷ୍ପତ୍ତି ନିଆଯାଇନାହିଁ।

ABOUT THE AUTHOR

...view details