ମୁମ୍ବାଇ: ଫିଲ୍ମ 'ସଡକ- ୨'ର ଟ୍ରେଲର ଦୁନିଆର ତୃତୀୟ ସର୍ବାଧିକ ଡିସଲାଇକ ଭିଡିଓ ସାଜିଛି । ଏଥିସହିତ ଏହି ଟ୍ରେଲର ଭାରତର ୟୁଟ୍ୟୁବରେ ସବୁଠାରୁ ଅଧିକ ଡିସଲାଇକ କରାଯାଉଥିବା ଭିଡିଓ ଅଟେ ।
ଏକ ରିପୋର୍ଟ ଅନୁଯାୟୀ, 90 ଲକ୍ଷରୁ ଅଧିକ ଡିସଲାଇକ ସହିତ 'ସଡକ- ୨' ତୃତୀୟ ସ୍ଥାନରେ ରହିଛି । ପପ୍ ଷ୍ଟାର୍ ଜଷ୍ଟିନ ବିବରଙ୍କ ଗୀତ 'ବେବି' ଯାହା 2010 ରେ ଦ୍ୱିତୀୟ ନମ୍ବରରେ 1.16 କୋଟି ଡିସଲାଇକ କରାଯାଇଥିଲା ଏବଂ ପ୍ରଥମ ନମ୍ବରରେ 1.82 କୋଟି ଡିସଲାଇକ ସହିତ ୟୁଟ୍ୟୁବ୍ ନିଜେ ପୋଷ୍ଟ କରିଥିବା ଏକ '2018 ରିୱାଇଣ୍ଡ୍ ଭିଡିଓ' ରହିଛି ।