ଓଡିଶା

odisha

ETV Bharat / sitara

ଏକାଠି ହେବେ କମେଡି କୁଇନ-ଆକ୍ସନ ମାଷ୍ଟର

ବଲିଉଡରେ ରୋହିତ ସେଟ୍ଟୀ ଓ ଫାରହା ଖାନ କମେଡି ଫିଲ୍ମ ପାଇଁ ପରିଚିତ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ଯଦି ଉଭୟ ଏକାଠି ହୋଇ ଗୋଟିଏ ଫିଲ୍ମ କରିବେ, ତେବେ ଭାବନ୍ତୁ ଫିଲ୍ମଟି କେମିତି ହେବ ! ସିମ୍ବାର ସଫଳତା ପରେ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ଏବେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଆରମ୍ଭ କରିଛନ୍ତି ପ୍ରସ୍ତୁତି । କିନ୍ତୁ ଏଥର ଏହି କମେଡି-ଆକ୍ସନ ଫିଲ୍ମଟି ରୋହିତ ଏକା ନୁହେଁ ବରଂ ଫାରହା ଖାନଙ୍କ ସହ ମିଶି ଆରମ୍ଭ କରିବେ ବୋଲି ପ୍ରକାଶ ।

By

Published : Feb 8, 2019, 2:33 PM IST

ଫଟୋ ସୌଜନ୍ୟ: ଏଏନଆଇ


ମୁମ୍ବାଇ: ବଲିଉଡରେ ରୋହିତ ସେଟ୍ଟୀ ଓ ଫାରହା ଖାନ କମେଡି ଫିଲ୍ମ ପାଇଁ ପରିଚିତ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ଯଦି ଉଭୟ ଏକାଠି ହୋଇ ଗୋଟିଏ ଫିଲ୍ମ କରିବେ, ତେବେ ଭାବନ୍ତୁ ଫିଲ୍ମଟି କେମିତି ହେବ ! ସିମ୍ବାର ସଫଳତା ପରେ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ଏବେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଆରମ୍ଭ କରିଛନ୍ତି ପ୍ରସ୍ତୁତି । କିନ୍ତୁ ଏଥର ଏହି କମେଡି-ଆକ୍ସନ ଫିଲ୍ମଟି ରୋହିତ ଏକା ନୁହେଁ ବରଂ ଫାରହା ଖାନଙ୍କ ସହ ମିଶି ଆରମ୍ଭ କରିବେ ବୋଲି ପ୍ରକାଶ ।

ବିଶିଷ୍ଟ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଫାରହା ଖାନ ଓ ରୋହିତ ଶେଟ୍ଟୀଙ୍କର ଗୋଟିଏ ଫଟୋ ପୋଷ୍ଟ କରି ଲେଖିଛନ୍ତି 'ଏହା ଅଫିସିଆଲ.. ରୋହିତ ତାଙ୍କ ପ୍ରଡକ୍ସନ ହାଉସ ଦ୍ବାରା ପ୍ରସ୍ତୁତ ଏକ କମେଡି-ଆକ୍ସନ ଫିଲ୍ମ ପାଇଁ ଫାରହା ଖାନଙ୍କୁ ସାଇନ କରାଇନେଲେ ।'

ପ୍ରକାଶ ଥାଉକି, ସୋସିଆଲ ମିଡିଆରେ ଏହା ଉଭୟଙ୍କ ଦ୍ବାରା ପ୍ରସ୍ତୁତ ଏକ ଆକ୍ସନ-କମେଡି ଫିଲ୍ମ ବୋଲି ଘୋଷଣା ହୋଇଛି । କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟ, କାହାଣୀକୁ ନେଇ କୌଣସି ଖବର ପ୍ରକାଶ ପାଇନାହିଁ । ତେବେ ରୋହିତ ଆଜିକାଲି ଅକ୍ଷୟଙ୍କୁ ନେଇ ଫିଲ୍ମ 'ସୂର୍ଯ୍ୟବଂଶୀ' ପାଇଁ ବ୍ୟସ୍ତ । ଫିଲ୍ମରେ ଅକ୍ଷୟ ଜଣେ ପୋଲିସ ଅଫିସର ହୋଇଛନ୍ତି ଓ ଏହା ଚଳିତବର୍ଷ ଶେଷସୁଦ୍ଧା ରିଲିଜ ହେବ ।


ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସିମ୍ବା' ବକ୍ସଅଫିସରେ ଧମାଲ ମଚାଇଛି । ଫିଲ୍ମରେ ରଣବୀର ସିଂହ ଜଣେ ପୋଲିସ ଭୂମିକାରେ ନଜର ଆସିଥିବାବେଳେ ଏହା ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଦ୍ବିତୀୟ ଫିଲ୍ମ ଥିଲା । ହେଲେ ରୋହିତ ଓ ଫାରହାଙ୍କ ଏହି ଯୁଗଳବନ୍ଦୀରେ ଦୀପିକା ପାଦୁକୋନ ଅଭିନେତ୍ରୀ ଭାବରେ ନଜର ଆସିପାରନ୍ତି ବୋଲି ସୁତ୍ରରୁ ପ୍ରକାଶ ।

ABOUT THE AUTHOR

...view details