ହାଇଦ୍ରାବାଦ: ବଲିଉଡ଼ର ଚକଲେଟ ବୟ ରଣବୀର କପୁରଙ୍କ ବିବାହକୁ ନେଇ ସୋସିଆଲ ମିଡ଼ିଆରେ ବାରମ୍ବାର ଚର୍ଚ୍ଚା ଦେଖିବାକୁ ମିଳେ । କିଛି ରିପୋର୍ଟ ଅନୁସାରେ କୋରୋନା ମହାମାରୀ ନଥିଲେ ରଣବୀର ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ ବିବାହ କରିସାରିଥାଆନ୍ତେ ଏବଂ ପୁଅ ବିବାହ ଦେଖି ଋଷି କପୁର ସବୁଠୁ ଅଧିକ ଖୁସି ହୋଇଥାନ୍ତେ । ସେପଟେ ପୁଅ ବାହାଘରକୁ ନେଇ ଋଷି ସର୍ବଦା ଭାବପ୍ରବଣ ଥିଲେ ବୋଲି ମଧ୍ୟ ରଣବୀରଙ୍କ ମାଆ ନୀତୁ କପୁର କହିଛନ୍ତି ।
ଋଷିଙ୍କ ଜନ୍ମଦିନ ଅବସରରେ ନୀତୁଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଗତକାଲି ଋଷି କପୁରଙ୍କ ୬୯ତମ ଜନ୍ମଦିନ ଥିଲା । ଋଷି ଆଜି ଆମ ଗହଣରେ ଥିଲେ ସେ ଏହି ଦିବସକୁ ପାଳନ କରିଥାନ୍ତେ । ତେବେ ଗତ କିଛି ଦିନ ତଳେ ନୀତୁଙ୍କୁ ଋଷିଙ୍କ ୨ଟି ମୁଖ୍ୟ ଇଚ୍ଛା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ନୀତୁ କହିଥିଲେ ଯେ ଋଷି ସବୁବେଳେ ରଣବୀରଙ୍କ ବିବାହକୁ ନେଇ ଚିନ୍ତା କରୁଥିଲେ । ସେ ରଣବୀରଙ୍କୁ ବର ବେଶରେ ଘୋଡ଼ା ଉପରେ ବସିଥିବାର ଦେଖିବାକୁ ଚାହୁଁଥିଲେ । ଏହାସହିତ ତାଙ୍କ ବଙ୍ଗଳା କ୍ରୀଷ୍ଣାରାଜର ପୁନର୍ଗଠନ ତାଙ୍କ ମାଇଣ୍ଡରେ ରହୁଥିଲା ବୋଲି ସେ କହିଥିଲେ ।
ଋଷିଙ୍କ ଜନ୍ମଦିନ ଅବସରରେ ନୀତୁଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ନୀତୁ ଆହୁରି କହିଥିଲେ ଯେ ରଣବୀରଙ୍କୁ ପଗଡ଼ି ପିନ୍ଧି, ଫୁଲହାର ପକାଇ ସମ୍ପୂର୍ଣ୍ଣ ଭାବରେ ପେଶାୱାରି ପରମ୍ପରା ଅନୁଯାୟୀ ଘୋଡ଼ାରେ ବର ବେଶରେ ବସିଥିବା ଦେଖିବାକୁ ଚାହୁଁଥିଲେ । ସେ କହୁଥିଲେ ଯେ, "କିସ ଦିନ, ମୁଝେ ହମାରେ ବେଟେ କୋ ଘୋଡ଼ି ପେ ସୱାର ଦେଖନା ହେ ।" ଏହାରି ମଧ୍ୟରେ ଗତ ରବିବାର ନୀତୁ ଋଷିଙ୍କ ଜନ୍ମଦିନକୁ ପାଳନ କରିବା ସମୟର ଫଟୋ ଓ ଭିଡ଼ିଓକୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିଲେ । ବର୍ଥ ଡେ' କେକରେ ଋଷି ଭଲ ପାଉଥିବା ସମସ୍ତ ଜିନିଷ ରହିଥିବା ଦେଖିବାକୁ ମିଳିଥିଲା । ଏଥିରେ ଟ୍ବିଟରର ଲୋଗୋ, ହ୍ବିସ୍କି ବଟଲ ଓ ମଟନ ତରକାରୀର ଫଟୋ ରହିଥିଲା ।
ଗୋଟିଏ ଭିଡ଼ିଓରେ ସମସ୍ତେ 'ହାପି ବର୍ଥ ଡେ' ଚିଣ୍ଟୁ' ବୋଲି କହି ନାଚୁଥିଲେ । ନୀତୁ ଋଷିଙ୍କ ଏକ କାର୍ଡବୋର୍ଡ ନିକଟରେ ପୋଜ ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପାର୍ଟିରେ ଡେଭିଡ ଧୱନ, ଶତ୍ରୁଘ୍ନ ସିହ୍ନା, ଋଷିଙ୍କ ଭାଇ ରଣଧୀର କପୁର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସୂଚନା ଥାଉ କି ଋଷି ଗତବର୍ଷ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ