ମୁମ୍ବାଇ: ନ୍ୟୁୟର୍କରେ ଦୀର୍ଘ ସମୟରୁ ଚିକିତ୍ସିତ ହେଉଥିବା ବିଶିଷ୍ଟ ଅଭିନେତା ଋଷି କପୁର ନିକଟରେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ମିଡିଆରେ କହିଥିଲେ । ଏବେ ସେ କ୍ୟାନ୍ସର ମୁକ୍ତ ହୋଇସାରିଲେଣି ଆଉ ଜଲଦି ଭାରତ ଫେରିବେ ବୋଲି ଶୁଣିବାକୁ ମିଳୁଛି । ଋଷିଙ୍କ ଆଗାମୀ ଫିଲ୍ମ 'ଝୁଠା କହିଂ କା' ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମ ବିଷୟରେ କଥା ହୋଇ ଋଷି କଣ୍ଟ୍ରୋଭର୍ସି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସପୋର୍ଟ କରୁଥିବାର ଦେଖାଯାଇଥିଲେ ।
କଙ୍ଗନାଙ୍କ ସମର୍ଥନରେ ଋଷି - controversy
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନାଙ୍କୁ ସପୋର୍ଟ କରୁଛନ୍ତି ବୋଲି କହିଥିଲେ ଋଷି । ବର୍ତ୍ତମାନ ଧିରେ ଧିରେ କ୍ୟାନ୍ସରରୁ ମୁକ୍ତ ହେବାରେ ଲାଗିଛନ୍ତି ଋଷି ।
ଏକ ସାକ୍ଷାତକାରରେ ଋଷି କଥାବାର୍ତ୍ତା କରିବା ସମୟରେ ନିଜ ଭାରତ ଫେରିବା ସମୟକୁ ଅପେକ୍ଷା କରିଛନ୍ତି କହିଥିଲେ । ଆଉ ସେ 'ଝୁଠା କହିଂ କା' ମେକର୍ସଙ୍କ ଉପରେ ମଧ୍ୟ ଅସନ୍ତୋଷ ଅଛନ୍ତି । କାରଣ ଏହି ସପ୍ତାହରେ କାହିଁକି ଫିଲ୍ମ ରିଲିଜ କରାଯାଉଛି ତାନେଇ ଦୁଃଖି ଋଷି ।
ଖାଲି ଏତିକି ନୁହେଁ ସେ କଙ୍ଗନାଙ୍କୁ ସପୋର୍ଟ କରି କହିଥିଲେ କି ସେ କିଛି ଦିନ ହେବ କଙ୍ଗନାଙ୍କୁ ନେଇ ଯେଉଁ ମିଥ୍ୟା ଖବର ସୋସିଆଲ ମିଡିଆରେ ଦେଖିଆସୁଛନ୍ତି । ତାହା ତାଙ୍କୁ ବହୁତ ଦୁଃଖି କରିଛି । ସେ କଙ୍ଗନାଙ୍କ କଥାରେ ଏକମତ । କିଛି ଲୋକ ଆଡୁସାଡୁ ଲେଖିଦେଇଛନ୍ତି । ଯାହାଦ୍ବାରା ଜଣେ କଳାକାରଙ୍କ ଭାବମୂର୍ତ୍ତି ଖରାପ ହେଉଛି ।