ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁର ଓ ତାଙ୍କ ପତ୍ନୀ ନୀତୁ ସିଂହ ବି-ଟାଉନର ଫେମସ ଅଭିନେତା ଅନୁପମ ଖେରଙ୍କ ସହ ଲଞ୍ଚ କରୁଥିବାର ମଜା ଉଠାଇଛନ୍ତି । ଅନୁପମ ପତି-ପତ୍ନୀଙ୍କ ପାଇଁ ଭାରତୀୟ ଭୋଜନର ଆୟୋଜନ କରି ଏକ ଛୋଟ ପାର୍ଟି ଦେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ।
ଫଟୋରେ ନୀତୁ ଓ ଅନୁପମ ଏବଂ ଋଷି ଏକାଠି ଏକ ଡାଇନିଂ ଟେବୁଲରେ ନଜର ଆସୁଛନ୍ତି । ଆଉ ଏହି ଫଟୋଟିକୁ ସେୟାର କରି ଋଷି କ୍ୟାପସନରେ ଲେଖିଛନ୍ତି, "ଅନୁପମଙ୍କ ଘରେ ଭୋଜନ । ଦୀର୍ଘ ସମୟ ପରେ ଅଟାର ରୁଟି ଖାଇବାକୁ ମିଳୁଛି । ଏହି ସ୍ବାଦିଷ୍ଟ ଖାଦ୍ୟ ତାଙ୍କ ଫ୍ରାଈଡେ ଦାଦୁ ତିଆରି କରିଛନ୍ତି ।"
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର ଅନ୍ୟପଟେ ଅନୁପମ ମଧ୍ୟ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଘରେ ଭୋଜ ପାଇଁ ନୀତୁ, ଋଷି ଓ ସନ୍ତୋଷଙ୍କୁ ଦେଖି ମୁଁ ବହୁତ ଖୁସି ଅଛି । ମୁଁ କେବେ ଭାବିନଥିଲି ଯେ ଏମାନେ ମୋ ନ୍ୟୁୟର୍କରେ ଘରେ ଏମିତି ସାକ୍ଷାତ କରିବେ । କିନ୍ତୁ ମୁଁ ସବୁବେଳେ କହିଆସୁଛି ଯେ କିଛି ମଧ୍ୟ ଜୀବନରେ ହୋଇପାରିବ । ଦାଦୁ ତାଙ୍କ ପାଇଁ ରୋଷେଇ କରି ବହୁତ ଖୁସି ଅଛନ୍ତି ।"
ପ୍ରକାଶ ଥାଉକି ପାଖାପାଖି 9 ମାସ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଋଷି ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ଆଉ ଖୁବଶୀଘ୍ର ଭାରତ ଫେରିବାର ଯୋଜନା ମଧ୍ୟ କରିସାରିଲେଣି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ କି ଏବର୍ଷ ସେ ନିଜ ଜନ୍ମଦିନ ଭାରତରେ ହିଁ ସେଲିବ୍ରେଶନ କରିବେ ।