ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁର ଏବେ ଦିନ ଗଣୁଛନ୍ତି ଭାରତ ଫେରିବାକୁ । ଦୀର୍ଘ 10 ମାସ ଧରି ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଋଷି ଏବେ ସୁସ୍ଥ ଅଛନ୍ତି । ଆଉ ନିଜ ଜନ୍ମଦିନ ପୂର୍ବରୁ ଭାରତ ଫେରିବାକୁ ନିଷ୍ପତ୍ତି ମଧ୍ୟ ନେଇସାରିଛନ୍ତି । ଇତିମଧ୍ୟରେ ବି-ଟାଉନର ପପୁଲାର କପଲ ରାଜକୁମାର ରାଓ ଓ ପତ୍ରଲେଖା ନ୍ୟୁୟର୍କର ରାଜରାସ୍ତାରେ ତାଙ୍କ ସହ ନଜର ଆସିଛନ୍ତି ।
ଏହି ଅବସରରେ ଋଷି ସବୁଥର ପରି ଏଥର ମଧ୍ୟ ସୋସିଆଲ ମିଡିଆରେ ଏକ ଫଟୋ ସେୟାର ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଯେଉଁଥିରେ ତାଙ୍କ ସହ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂହ, ରାଜକୁମାର ଓ ପତ୍ରଲେଖା ଦେଖାଯାଉଛନ୍ତି । ଫଟୋଟିକୁ ସେୟାର କରି ଋଷି କ୍ୟାପସନରେ ଲେଖିଛନ୍ତି, ‘‘ନ୍ୟୁୟର୍କର ଡାଉନଟାଉନରେ ରାଜକୁମାର ଓ ପତ୍ରଲେଖାଙ୍କ ସହ ହଠାତ୍ ସାକ୍ଷାତ । ଦୁନିଆ ବହୁତ ଛୋଟ ।’’