ମୁମ୍ବାଇ: ଦିଗଜ ଅଭିନେତା ଋଷି କପୁର ପାଖାପାଖି 8 ମାସ ହେଲାଣି ନ୍ୟୁୟର୍କରେ କ୍ୟାନ୍ସର ଚିକିତ୍ସା କରାଉଛନ୍ତି । ବର୍ତ୍ତମାନ ସେ ଏହି ରୋଗରୁ ମୁକ୍ତ ହୋଇସାରିଛନ୍ତି । କିନ୍ତୁ ପୁରା ରୂପେ ଫିଟ ହେବା ପାଇଁ ତାଙ୍କୁ ଆଉ କିଛି ସମୟର ଆବଶ୍ୟକ ଅଛି । ଏହି 8 ମାସ ମଧ୍ୟରେ ଅନେକ କଳକାର ଏବଂ ସମ୍ପର୍କୀୟ ତାଙ୍କୁ ସାକ୍ଷାତ କରିବା ପାଇଁ ନ୍ୟୁୟର୍କର ଯାତ୍ରା କରିସାରିଛନ୍ତି ।
ଇତିମଧ୍ୟରେ ଋଷିଙ୍କ ଝିଅ ରିଦ୍ଧିମା ସାହନୀ ନିଜ ଝିଅ ସମାୟରାଙ୍କ ସହ ପିତାଙ୍କୁ ସାକ୍ଷାତ କରିବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଏହାସହ ସେ ପିତାଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।