ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଓ ହ୍ୟାଣ୍ଡସମ ଆକ୍ଟର ଅଲ୍ଲୀ ଫୈଜଲଙ୍କ ଇସ୍କ ବିଷୟରେ କାହାକୁ ଅବା ଅଛପା । ଦୀର୍ଘ ସମୟରୁ ପରସ୍ପରକୁ ଡେଟ କରିଆସୁଛନ୍ତି ଏହି ଯୋଡି । ଏହି ଲଭବାର୍ଡ ସବୁବେଳେ ପରସ୍ପର ପ୍ରତି ନିଜ ପ୍ରେମ ଜାହିର କରୁଥିବାର ନଜର ଆସନ୍ତି । ଦୁଇଜଣଙ୍କ ବିବାହ ଖବର ମଧ୍ୟ ଅନେକ ଦିନରୁ ଚର୍ଚ୍ଚାର ବିଷୟ ପାଲଟିଛି । ଫ୍ୟାନ୍ସ ମଧ୍ୟ ରିଚା-ଅଲ୍ଲୀଙ୍କ ବିବାହକୁ ନେଇ ଖୁବ୍ ଉତ୍ସାହିତ । ଇତିମଧ୍ୟରେ ରିଚା ବିବାହକୁ ନେଇ ବଡ ଖୁଲାସା କରିଛନ୍ତି । ଆଉ କେବେ ବିବାହ କରିବେ ତା ଉପରେ ବୟାନ ଦେଇଥିଲେ ।
ବିବାହକୁ ନେଇ ରିଚାଙ୍କ ଅଜବ-ଗଜବ ବୟାନ
ଦୀର୍ଘ ସମୟରୁ ଫ୍ୟାନ୍ସ ଅଭିନେତ୍ରୀ ରିଚା ଓ ଅଲ୍ଲୀଙ୍କ ବିବାହ ଦେଖିବାକୁ ଅନାଇ ବସିଛନ୍ତି । ହେଲେ ନିକଟରେ ବିବାହକୁ ନେଇ ଏମିତି ଆଶ୍ଚର୍ଯ୍ୟକର ଜବାବ ଦେଇ ଦର୍ଶକଙ୍କୁ ନିରାଶ କରିଦେଇଛନ୍ତି ରିଚା ।
ରିଚା ଖୁବଶୀଘ୍ର କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ପଙ୍ଗା’ରେ ନଜର ଆସିବେ । ଯାହା ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବାକୁ ଯାଉଛି । ଫିଲ୍ମରେ କବାଡୀ କୋଚ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ପ୍ରମୋଶନରେ ନିଜ ବିବାହକୁ ନେଇ ଆଶ୍ଚର୍ଯ୍ୟକର କଥା କହିଥିଲେ ।
ବିବାହ ପ୍ରଶ୍ନରେ ସେ ମଜାଦାର ଅନ୍ଦାଜରେ ଉତ୍ତର ଦେଇ କହିଥିଲେ ଯେ ମାର୍ଚ୍ଚରେ ତାଙ୍କ ପାଖରେ ସମୟ ନାହିଁ । ମେ ଗରମ ମାସ, ଆମେ ଦୁଇଜଣ ଜୁନରେ ଏକ ଫିଲ୍ମର ସୁଟିଂ କରିବୁ । ଜୁଲାଇରେ ବହୁତ ବର୍ଷା ହୁଏ । ଏପରି କହି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତାଙ୍କ ଏପରି ବୟାନ ପରେ ଲାଗୁଛି ଯେ ତାଙ୍କ ବିବାହ ଦେଖିବା ପାଇଁ ଫ୍ୟାନ୍ସଙ୍କୁ ଅନେକ ଦିନ ଅପେକ୍ଷା କରିବାକୁ ପଡିବ ।