ମୁମ୍ବାଇ: ରିଚା ଚଢା ବଲିଉଡର କିଛି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ଟ୍ବିଟରରେ ସାମ୍ପ୍ରତିକ ବିଷୟ ଉପରେ ନିଜର ମତ ରଖିଥାନ୍ତି । ଏହାରି ମଧ୍ୟରେ ତାଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି । କିନ୍ତୁ ଏଥର ଟ୍ରୋଲ ହୋଇ ସୋସିଆଲ ମିଡ଼ିଆର ଟ୍ବିଟରରୁ ବିଦାୟ ନେଇଛନ୍ତି ଏହି ଅଭିନେତ୍ରୀ । କିଛି ୟୁଜର୍ସ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟ୍ରୋଲ କରିଛନ୍ତି । ଯେଉଁଥିରେ ତାଙ୍କ ବୟଫ୍ରେଣ୍ଡ ଅଲ୍ଲୀ ଫଜଲ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ କିଛି ଅପମାନଜନକ ଶବ୍ଦ ମଧ୍ୟ ଲେଖିବା ପରେ ଶେଷରେ ଟ୍ବିଟରକୁ ନିଜ ଫୋନରୁ ହଟାଇଛନ୍ତି ରିଚା ।
ବଲିଉଡ ଅଭିନେତ୍ରୀ ରିଚା ଟ୍ରୋଲରଙ୍କ ଉପରେ ବିରକ୍ତ ହେବା ପରେ ଟ୍ବିଟର ଡିଲିଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିଚା ଶେଷ ଟ୍ବିଟରେ ଲେଖିଛନ୍ତି, "ମୁଁ ଏହି ଆପକୁ ମୋ ଫୋନରୁ ଡିଲିଟ କରୁଛି । ଏହି ଆପଟି ଅତ୍ୟଧିକ ବିଷରେ ଭରି ରହିଛି । ବାଏ । " ଖାମୋସିୟାଁ ଅଭିନେତା ଅଲ୍ଲୀ ଫଜଲଙ୍କୁ ବିବାହ କରିବାକୁ ଯାଉଛନ୍ତି ରିଚା । ତେବେ ଅଲ୍ଲୀଙ୍କୁ ନେଇ ତାଙ୍କୁ ଟ୍ରୋଲ କରାଯାଇଛି । ସେ ଜଣେ ୟୁଜର୍ସଙ୍କୁ ମୁହଁତୋଡ ଜବାବ ଦେବା ପରେ ନିଜ ଆକାଉଣ୍ଟକୁ ଡିଲିଟ କରିଛନ୍ତି ।