ନୂଆଦିଲ୍ଲୀ: ବି-ଟାଉନର ଦବଙ୍ଗ ବୟ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଭାରତ' ରିଲିଜ ହେବାକୁ ଆଉ ମାସେ ବାକି ଅଛି । କିନ୍ତୁ ରିଲିଜ ପୂର୍ବରୁ ସଲମାନଙ୍କ ନିକଟତର ଫ୍ୟାନ ଏହି ଫିଲ୍ମକୁ ଦେଖିସାରିଛନ୍ତି । ଏହି କଥାର ଖୁଲାସା ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର କରିଛନ୍ତି । 'ଭାରତ' ଫିଲ୍ମଟି ଜୁନ 5 ଅର୍ଥାତ୍ ଇଦରେ ରିଲିଜ ହେବାକୁ ଯାଉଛି । ସଲମାନଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଯିବେ କ୍ୟାଟ୍ରିନା କୈଫ, ଦିଶା ପଟାନୀ, ତବ୍ବୁ ଓ ଜ୍ୟାକି ଶ୍ରଫ ।
ରିଲିଜ ପୂର୍ବରୁ 'ଭାରତ' ଦେଖିଲେ ସଲମାନଙ୍କ ଖାସ୍ ଫ୍ୟାନ - film
ସଲମାନ ଖାନ ଷ୍ଟାରର ଫିଲ୍ମ 'ଭାରତ' ସାଉଥ କୋରିଆନ ଫିଲ୍ମ 'ode to my father'ର ହିନ୍ଦୀ ରିମେକ ଫିଲ୍ମ । 'ode to my father'ରେ 1950ରୁ ନେଇ 2014 ପର୍ଯ୍ୟନ୍ତ ଜଣେ ସାଧାରଣ ନାଗରିକର କାହାଣୀ ବଡ ପରଦାରେ ପର୍ଯ୍ୟବେଷିତ ହୋଇଥିଲା ।
ଅଲ୍ଲୀ ଅବ୍ବାସ ଏକ ସାକ୍ଷାତକାରେ କହିଥିଲେ କି, ସଲମାନଙ୍କ ଫ୍ୟାନ ତଥା ଭାଣିଜୀ ଅଲିଜା ଅଗ୍ନିହୋତ୍ରୀ ଫିଲ୍ମକୁ ଦେଖିଥିଲେ । ତାଙ୍କର ଏହି ଚେଷ୍ଟା ସବୁବେଳେ ଥାଏ କି ସେ ଯେଉଁ ଫିଲ୍ମ ତିଆରି କରୁଛନ୍ତି ସର୍ବପ୍ରଥମେ କେହି ଟିନଏଜର କିମ୍ବା ଛୁଆ ଦେଖନ୍ତୁ । ଯଦି ତାଙ୍କୁ ଏହି ଫିଲ୍ମ ଭଲ ଲାଗୁଛି, ତେବେ ଫିଲ୍ମଟି ନିହାତି ୟଙ୍ଗ ଜେନେରେସନକୁ ମଧ୍ୟ ଭଲ ଲାଗିବ । ତେଣୁ ସେ ଫିଲ୍ମଟିକୁ ଅଲିଜାଙ୍କୁ ଦେଖାଇଥିଲେ ବୋଲି ଅଲ୍ଲୀ ଅବ୍ବାସ କହିଛନ୍ତି ।
ପ୍ରକାଶ ଥାଉକି କି, ଫିଲ୍ମରେ ସଲମାନଙ୍କ ନାମ ମଧ୍ୟ ଭାରତ ରଖାଯାଇଛି । ଏବେ ଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଲାଣି । ଫିଲ୍ମ ଟ୍ରେଲର ଦେଖି ଦର୍ଶକଙ୍କ ଉତ୍ସାହ ଆହୁରି ବଢିଯାଇଛି । ଆଉ ମାସେ ପରେ ହିଁ ଦର୍ଶକ ଫିଲ୍ମର ମଜା ଉଠାଇପାରିବେ ।