ଓଡିଶା

odisha

By

Published : Feb 12, 2022, 7:18 AM IST

ETV Bharat / sitara

Ravi Tandon Passes Away: ଆରପାରିରେ ରବିନା ଟଣ୍ଡନଙ୍କ ପିତା

ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରବି ଟଣ୍ଡନଙ୍କ ଦେହାନ୍ତ ହୋଇଛି । ଏହାର ଖବର ଇନଷ୍ଟାଗ୍ରାମରେ ରବିନା ଟଣ୍ଡନ ନିଜେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଆଖି ବୁଝିଲେ ରବିନା ଟଣ୍ଡନଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ରବି
ଆଖି ବୁଝିଲେ ରବିନା ଟଣ୍ଡନଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ରବି

ହାଇଦ୍ରାବାଦ: ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରବି ଟଣ୍ଡନଙ୍କ ଦେହାନ୍ତ ହୋଇଛି । ଏହାର ଖବର ଇନଷ୍ଟାଗ୍ରାମରେ ରବିନା ଟଣ୍ଡନ ନିଜେ ସେୟାର କରିଛନ୍ତି । ରବି ଟଣ୍ଡନଙ୍କୁ 87 ବର୍ଷ ବୟସ ହୋଇଥିଲା । ଫଟୋ ସେୟାର କରି ତାଙ୍କ ପିତାଙ୍କୁ ଝୁରୁଛନ୍ତି ରବିନା ଏବଂ କହିଛନ୍ତି ଯେ, ସେ କେବେବି ତାଙ୍କ ପାଖରୁ ଛାଡିବେ ନାହିଁ। ତେବେ ରବି ଟଣ୍ଡନଙ୍କ ମୃତ୍ୟୁ କିପରି ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Ravi Tandon

ରବିନା ତାଙ୍କ ପିତାଙ୍କ ସହ ଚାରୋଟି ଫଟୋ ସେୟାର କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋରେ ସେ ନିଜ ପିତାଙ୍କ ସହିତ ଚାଲୁଛନ୍ତି । ଦ୍ବିତୀୟ ଫଟୋ ହେଉଛି ରବିନାଙ୍କ ପିଲାଦିନର, ଯେଉଁଥିରେ ତାଙ୍କ ପିତା ତାଙ୍କୁ କୋଳରେ ଧରିଛନ୍ତି । ତୃତୀୟ ଫଟୋରେ, ଦୁହେଁ ଏକ ଫଙ୍କସନରେ ଏକାଠି ବସିଛନ୍ତି ଏବଂ ଚତୁର୍ଥ ଫଟୋରେ ରବିନା ବାପାଙ୍କୁ ଧରି ଗାଲରେ ଚୁମ୍ବନ ଦେଉଥିବା ବେଳେ କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି । ରବିନା ଟଣ୍ଡନ୍ ତାଙ୍କ ପିତାଙ୍କ ଫଟୋ ସେୟାର କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି । ଚଳଚ୍ଚିତ୍ର ଜଗତର ସମସ୍ତ ଲୋକ ତାଙ୍କ ପୋଷ୍ଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ସଞ୍ଜୀବ କୁମାରଙ୍କ ଘନିଷ୍ଠ ବନ୍ଧୁ ରବି ଟଣ୍ଡନ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆର.କେ ନୟରଙ୍କ ସହାୟକ ଭାବେ କାମ କରିବା ଆରମ୍ଭ କରିଥିଲେ। 'ଲଭ୍ ଇନ ଶିମଲା' ଏବଂ 'ୟେ ରାସ୍ତେ ହୈ ପ୍ୟାର୍ କେ' ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବିଷୟରେ ଜାଣିବା ପରେ ରବି ଟଣ୍ଡନ୍ ନିର୍ଦ୍ଦେଶକ 'ଆନହୋନି' ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରରେ ସଞ୍ଜୀବ କୁମାରଙ୍କ ଅଭିନୟକୁ ପ୍ରଶଂସା କରାଯାଏ। ଏହା ପରେ ସେ ରୁଷି କପୁରଙ୍କ ସହ ଫିଲ୍ମ 'ଖେଲ ଖେଲ ମେ' ନିର୍ମାଣ କରିଥିଲେ, ଏହାର ରିମେକ୍ ଭାବରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଖିଲାଡି' ନିର୍ମିତ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details