ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ରହିଥିବା ଅଭିନେତ୍ରୀ ରବୀନା ଟଣ୍ଡନ ଆଜିକାଲି ପପୁଲାର ଡାନ୍ସ ରିୟାଲିଟି ଶୋ 'ନଚ ବଲିଏ 9'ରେ ଜଜ ଭୂମିକାରେ ଦେଖାଯାଉଛନ୍ତି । ଏହି ଶୋର ନିର୍ମାଣ ଦାୟିତ୍ବ ତୁଲାଇଛନ୍ତି ବଲିଉଡର ଦବଙ୍ଗ ବୟ ସଲମାନ ଖାନ ।
ଗତ ଶୁକ୍ରବାର 'ନଚ ବଲିଏ 9'ର ପ୍ରିମିୟର କରାଯାଇଥିଲା । ଏହି ପ୍ରିମିୟର ଇଭେଣ୍ଟରେ ଜଜ ବ୍ୟତୀତ ସ୍ପେଶାଲ ଗେଷ୍ଟ ରୂପେ ସଲମାନ ଯୋଗ ଦେଇଥିଲେ । ଇତିମଧ୍ୟରେ ରବୀନା ଏକ ସାକ୍ଷାତକାରରେ ସଲମାନଙ୍କ ସହ ନିଜ ବଣ୍ଡିଂକୁ ନେଇ ଖୁଲାସା କରିଥିଲେ । ଆଉ ଶୋ ବିଷୟରେ ମଧ୍ୟ ଜଣାଇଥିଲେ ।
ସେ କହିଥିଲେ କି ସଲମାନ ସମସ୍ତଙ୍କ ସହ ତାଙ୍କ ବିଷୟରେ ଏପରି କଥା ହେଉଛନ୍ତି, ଯେମିତି ସେ ତାଙ୍କୁ 120 ବର୍ଷ ହେବ ଜାଣିଛନ୍ତି । ସଲମାନଙ୍କ ସହ ଏହା ତାଙ୍କର କମ୍ପର୍ଟ ଫ୍ୟାକ୍ଟର । ସେଟରେ ସେ ଦୁଇଜଣ ନନ ଷ୍ଟପ କଥା ହୋଇଥିଲେ । କିନ୍ତୁ ଯେବେ ଏପିସୋଡ ଟେଲିକାଷ୍ଟ ହେଲା ସେଥିରେ କୌଣସି ଜିନିଷ ସାମିଲ ହୋଇନଥିଲା । ଏମିତିରେ ସେ ପରସ୍ପରକୁ ପ୍ରଶ୍ନ କରିଥିଲେ କି ଏତେ କଥା କାହିଁକି ହେଉଛେ ।
ଶୋକୁ ନେଇ ରବୀନା କହିଥିଲେ କି ସେ ସବୁବେଳେ ଦୟାଳୁ ମଣିଷ ପରି ରହିଆସୁଛନ୍ତି । ଆଉ ଏଥିରେ ମଧ୍ୟ ସେ ଠିକ୍ ରୂପେ ନିଜ କାର୍ଯ୍ୟ ତୁଲାଇବେ । ସବୁ ପ୍ରତିଯୋଗୀ ନିଜର ବେଷ୍ଟ ଦେବାକୁ ଚେଷ୍ଟା ଚଳାଇଛନ୍ତି । ତେଣୁ ଜଜର ମାନେ କେବଳ ଏହା ନୁହେଁ କି ସେ କୌଣସି ପ୍ରତିଯୋଗୀଙ୍କ ଆଲୋଚନା କରିବା । ଜଣେ ଜଜ ସବୁବେଳେ ସମ୍ବେଦନଶୀଳ ହେବା ଦରକାର ।