ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଘରେ ପୁଣି ଖୁସି ଆସିଛି । ସେ ଦ୍ବିତୀୟ ଥର ଜେଜେମାଆ ହୋଇଛନ୍ତି। ତାଙ୍କ ପାଳିତା ଝିଅ ଛାୟା ଦ୍ବିତୀୟ ଥର ମା' ସାଜିଛନ୍ତି । ଏହି ଖୁସି ଖବର ସୂଚନା ରବୀନା ନିଜ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ସେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୁରା ପରିବାରକୁ ଏକାଠି ଦେଖିବାକୁ ମିଳୁଛି । ଫଟୋ ଦେଖି ଲାଗୁଛି ଯେ ନୂଆ ଅତିଥିଙ୍କ ସ୍ବାଗତ କରିବାରେ ବ୍ୟସ୍ତ ଅଛନ୍ତି ପୁରା ପରିବାର ।
ଫଟୋକୁ ସେୟାର କରି ରବୀନା କ୍ୟାପସନରେ ଲେଖିଛନ୍ତି, ‘ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ । ଘରକୁ କୁନି ଅତିଥି ଆସିସାରିଛନ୍ତି । ’ ସେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରୁ ଗୋଟିଏ ଫଟୋରେ ଛାୟା କୋଳରେ ବେବିକୁ ଧରିଥିବାର ନଜର ଆସୁଥିବା ବେଳେ ଅନ୍ୟ ଫଟୋରେ ରବୀନା ମଧ୍ୟ ଠିଆ ହୋଇଥିବାର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ରବୀନା ବିବାହ ପୂର୍ବରୁ ଛାୟାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । ସେହି ପରି ସେ ଆଉ ଦୁଇଟି ଝିଅଙ୍କୁ ପାଳିଛନ୍ତି । ଆଉ ତାଙ୍କ ନିଜର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । 2004ରେ ରବୀନା ଜଣେ ବିଜନେସମ୍ୟାନଙ୍କୁ ବିବାହ କରିଥିଲେ ।