ମୁମ୍ବାଇ: ବିଗବସ ସିଜନ 13 ଆରମ୍ଭ ହେବା ସହ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ମଧ୍ୟ ଆରମ୍ଭ ହୋଇଯାଇଛି । ବିଗବସ ଦୌଡରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ରଶ୍ମୀ ଦେସାଇ ମଧ୍ୟ ସାମିଲ ହୋଇଛନ୍ତି । ଦର୍ଶକ ମଧ୍ୟ ତାଙ୍କୁ ବିଗ ବସ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠାରୁ ଦମଦାର ଖେଳାଳି ଭାବୁଛନ୍ତି । ତେବେ ଏହି ଶୋ ଆରମ୍ଭରୁ ହିଁ ତାଙ୍କୁ ବଡି ସେମିଂର ଶିକାର ହେବାକୁ ପଡିଛି।
ବଡି ସେମିଂର ଶିକାର ରଶ୍ମୀ, ପ୍ରତିକ୍ରିୟା ରଖିଲେ ଏହି ବନ୍ଧୁ
ସେପ୍ଟେମ୍ବର 29ରେ ଆରମ୍ଭ ହୋଇଥିବା ଛୋଟ ପରଦାର ରିୟାଲିଟି ଶୋ ବିଗ ବସ ସିଜନ 13 ରେ ଏବେଠାରୁ ଅନେକ ବିବାଦ ଦେଖିବାକୁ ମିଳିଲାଣି । ଇତିମଧ୍ୟରେ ଶରୀରର ମୋଟାପଣକୁ ନେଇ ପ୍ରତିଯୋଗୀଙ୍କ ଟାର୍ଗେଟରେ ରଶ୍ମୀ ଦେସାଇ ।
ଶୋର ପ୍ରତିଯୋଗୀ ଶୈଫାଳୀ ବଗା ତାଙ୍କ ଶରୀରକୁ ନେଇ କମେଣ୍ଟ କରିଥିଲେ । ଯାହାକୁ ଆଧାର କରି ରଶ୍ମୀଙ୍କ ଫ୍ୟାନ୍ସ ଶୈଫାଳୀଙ୍କ ଉପରେ ରାଗିଯାଇଛନ୍ତି । ଏହି କମେଣ୍ଟରେ ରଶ୍ମୀଙ୍କ ପୁରୁଣା କୋ-ଷ୍ଟାର ତଥା ଟିଭି ଅଭିନେତା ମୃଣାଳ ଜୈନ ପ୍ରତିକ୍ରିୟା ରଖିଛନ୍ତି।
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ଦେଖିଲି ଯେ ଜଣେ ପ୍ରତିଯୋଗୀ ରଶ୍ମୀଙ୍କ ଶରୀର ଉପରେ କମେଣ୍ଟ କରିଛନ୍ତି । ମୁଁ କେବଳ ଏହା କହିବାକୁ ଚାହିଁବି କି ଏଥିରେ କାହାକୁ କଣ ସମସ୍ୟା ଯେ ସେ ସ୍ଲିମ ଅଛନ୍ତି କି ଫ୍ୟାଟ । ଏହି କଥାରେ କାହାର କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ । ସେ ନିଜ ଭିତରେ ପରଫେକ୍ଟ ଆଉ ମୁଁ ତାଙ୍କ ଉପରେ ଗର୍ବିତ । ରଶ୍ମୀଙ୍କ ମୁଖ୍ୟକଥା ହେଲା କି ସେ ସେଲ୍ଫମେଡ । ଏହାବ୍ୟତୀତ ସେ ସବୁ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠାରୁ ସାହସୀ । ରଶ୍ମୀ ବିଗ ବସ ହାଉସରେ ବହୁତ ଭଲ ପ୍ରଦର୍ଶନ କରୁଛି । ମତେ ଭରସା ଅଛି କି ସେ ଶୋରେ ତିଷ୍ଠି ରିହିବେ ।