ଓଡିଶା

odisha

ETV Bharat / sitara

କପିଲଙ୍କ ପ୍ରଶିକ୍ଷଣରେ ରଣଭୀର

ଫିଲ୍ମରେ ନିଜ ଭୂମିକାକୁ ଜୀବନ୍ତ କରିବା ପାଇଁ ରଣଭୀର ସିଂହ ଖୁବ୍ ପରିଶ୍ରମ କରିଥାଆନ୍ତି । ତେବେ ତାହା ଫିଲ୍ମ'ପଦ୍ମାବତ'ରେ ଆଲାଉଦ୍ଦୀନ ଖିଲିଜୀ ଭୂମିକା ହେଉ କିମ୍ବା 'ଗଲି ବୟ'ର ମୁରାଦ ଭୂମିକା ହେଉ ସବୁ ଭୂମିକାକୁ ପରଦାରେ ଜୀବନ୍ତ କରିଦିଅନ୍ତି ରଣଭୀର ।

By

Published : May 8, 2019, 2:40 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣଭୀର ସିଂହ

ନୂଆଦିଲ୍ଲୀ: ବି-ଟାଉନର ସିମ୍ବା ରଣଭୀର ସିଂହ ଏବେ ନିଜର ଆଗାମୀ ଫିଲ୍ମ '83'ର ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଲାଣି । ସେ ଏହି ଫିଲ୍ମରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଯାହା ପାଇଁ ଏବେ ଠାରୁ ସେ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଲ୍ମ ପାଇଁ ସେ ଆଗାମୀ 10 ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବାକୁ ଯାଉଛନ୍ତି ।

ଆଜ୍ଞା ହଁ, '83' ପାଇଁ ସେ କପିଲଙ୍କ ଠାରୁ ସବୁକିଛି ଟ୍ରେନିଂ ନେବାକୁ ଆରମ୍ଭ କରିଦେଇଛନ୍ତି । ଯାହାଦ୍ବାରା ସେ ଫିଲ୍ମରେ ନିଜ ଭୂମିକା ସହ ଫିଟ୍ ହୋଇପାରିବେ ।

ପ୍ରକାଶ ଥାଉକି, ରଣଭୀର ସବୁବେଳେ ନିଜ ଭୂମିକାକୁ ନେଇ ସିରିୟସ ଥାନ୍ତି । ଯଦି ଆପଣ ତାଙ୍କ ପୂର୍ବ ଫିଲ୍ମ ଦେଖି ତେବେ ଜାଣପାରିବେ ଯେ ସେ ନିଜ ଭୂମିକାକୁ ନେଇ କେତେ ଗମ୍ଭୀର ଥାନ୍ତି ।

ଜଣାଇ ଦେଉଛୁ ଯେ, ଫିଲ୍ମ '83'ର କାହାଣୀ 1983 କ୍ରିକେଟ ବିଶ୍ବକପ ଉପରେ ଆଧାରିତ । ଯେଉଁଥିରେ ପ୍ରଥମଥର ଭାରତ ବିଶ୍ବକପ ନିଜ ନାଁରେ କରିବାରେ ସଫଳ ହୋଇଥିଲା । ଏହି ବିଶ୍ବକପରେ କ୍ୟାପ୍ଟେନ କପିଲ ଥିଲେ । ତେଣୁ ରଣଭୀର, କପିଲଙ୍କ ଠାରୁ ସେହି ସମୟର ସବୁ କଥାକୁ ସଠିକ୍ ଭାବେ ଜାଣିବା ପାଇଁ ତାଙ୍କ ଠାରୁ ଟ୍ରେନିଂ ନେବାକୁ ଚାହୁଁଛନ୍ତି ।

For All Latest Updates

ABOUT THE AUTHOR

...view details