ଓଡିଶା

odisha

ETV Bharat / sitara

ରଣବୀରଙ୍କ ହରିୟାଣା ହରିକେନ ଲୁକ, ଭାଇରାଲ ଫଟୋ

34 ବର୍ଷରେ ପଦାର୍ପଣ କଲେ ଅଭିନେତା ରଣବୀର ସିଂ । ଏହି ଅବସରରେ ଫ୍ୟାନ୍ସଙ୍କୁ ଦେଲେ ଶାନଦାର ଉପହାର ।

By

Published : Jul 6, 2019, 5:34 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ଆଜି ଧୁମଧାମରେ ନିଜ ବର୍ଥଡେ ସେଲିବ୍ରେଶନ କରିବା ମୁଡରେ ଅଛନ୍ତି । ଏହାସହ ସେ ସୋସିଆଲ ମିଡିଆ ଜରିଆରେ ନିଜ ଅପକମିଂ ଫିଲ୍ମ '83'ର ହରିୟାଣା ହରିକେନ ଲୁକ ସେୟାର କରି ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି ।

ଅପକମିଂ ସ୍ପୋର୍ଟସ ଡ୍ରାମା '83'ରେ ଦ ଗ୍ରେଟ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଜନ୍ମଦିନରେ ନିଜ ଲୁକ ସେୟାର କରି ସେ ଦର୍ଶକଙ୍କ ମଧ୍ୟରେ '83' ପାଇଁ ଉତ୍ସାହ ବଢାଇ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

34ତମ ଜନ୍ମଦିନ ପାଳନ କରୁଥିବା ରଣବୀର ଫିଲ୍ମର ଫାଷ୍ଟ ଲୁକ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ମୋର ଖାସ ଦିନରେ ଉପସ୍ଥାପନ କରୁଛି ଦ ହରିୟାଣା ହରିକେନ କପିଲ ଦେବ ।"

ସେୟାର ହୋଇଥିବା ଫଟୋରେ ଧଳା ଜର୍ସି ପିନ୍ଧି ହାତରେ ବଲ ଧରି ଅବିକଳ କପିଲଙ୍କ ଭଳି ଦେଖାଯାଇଛନ୍ତି ରଣବୀର । ତାଙ୍କ ଲୁକ କପିଲଙ୍କ ୟୁଙ୍ଗଲୁକଙ୍କୁ ସୁହାଇଲା ଭଳି ଫିଲ୍ମରେ କରାଯାଇଛି ।

ଅନ୍ୟପଟେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ଫିଲ୍ମର ଫାଷ୍ଟ ଲୁକ ସେୟାର କରି ଦର୍ଶକଙ୍କୁ ରଣବୀରଙ୍କ ନୂଆ ଲୁକ ସହ ସାକ୍ଷାତ କରାଇଛନ୍ତି । ଆଉ ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ 10ରେ ରିଲିଜ ହେବା ବୋଲି କ୍ୟାପସନରେ ଲେଖିଛନ୍ତି ।

ପ୍ରକାଶ ଥାଉକି '83' ଫିଲ୍ମଟି ଭାରତ 1983 କ୍ରିକେଟ ୱାର୍ଲ୍ଡ କପ ହାସିଲ କରିଥିବା ଐତିହାସିକ ବିଜୟ ଉପରେ ଆଧାରିତ । କବୀର ଖାନଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ରିଲାଆନ୍ସ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ ଫିଲ୍ମ ଷ୍ଟାରକାଷ୍ଟରେ ଦୀପିକା ପାଦୁକୋନ, ପଙ୍କଜ ତ୍ରିପାଠୀ ଓ ସାକିବ ସଲୀମ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଫିଲ୍ମର ସୁଟିଂ ଲଣ୍ଡନରେ ଚାଲିଛି ।

For All Latest Updates

ABOUT THE AUTHOR

...view details