ଓଡିଶା

odisha

By

Published : Nov 18, 2020, 7:27 AM IST

ETV Bharat / sitara

ଆରମ୍ଭ ହେଲା ‘ସର୍କସ’ର ସୁଟିଂ, ମୁମ୍ବାଇରେ ଷ୍ଟାରକାଷ୍ଟ

ରଣବୀର ପୁଣିଥରେ ନିଜ କମେଡି ଅନ୍ଦାଜରେ ପରଦାକୁ ଫେରିବେ । ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ ପରେ ଆସିବ ତାଙ୍କ ‘ସର୍କସ’ । ସୋମବାର ଆରମ୍ଭ ହୋଇଯାଇଛି ସୁଟିଂ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିଜର ବହୁପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ କରିବାକୁ କେବେଠୁ ଅପେକ୍ଷା କରିଛନ୍ତି । ତାଙ୍କ ଏହି ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଯୋଡି ପୁଣି ଦେଖିବେ ଦର୍ଶକ । ଏହାବ୍ୟତୀତ ନିକଟରେ ସେ ଆଉ ଏକ ଫିଲ୍ମ ‘ସର୍କସ’ର ଘୋଷଣା କରିଥିଲେ । ଯେଉଁଥିରେ ‘ସିମ୍ବା’ର ଆକ୍ଟର ରଣବୀର ସିଂ, ପୂଜା ହେଗଡେ, ବରୁଣ ଶର୍ମା ଓ ମୁରଲୀ ଶର୍ମା ମୁଖ୍ୟ ଭୂମିକାରେ ଦେଖାଯିବେ । ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ଷ୍ଟାରକାଷ୍ଟ ।

ଏହି ଚାରି ଜଣ ମୁମ୍ବାଇର ମେହବୁବ ଷ୍ଟୁଡିଓରେ ମଙ୍ଗଳବାର ସୁଟିଂରେ ବ୍ୟସ୍ତ ଥିବାର ନଜର ଆସିଥିଲେ । ସୋମବାରଠୁ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି କଳାକାର । ସେପଟେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ହେଲେ ସେ ଏବେ ସୁଟିଂ ଆରମ୍ଭ କରିନାହାଁନ୍ତି । ତାଙ୍କ ଭୂମିକାର ସୁଟିଂ ଆଉ କିଛି ଦିନ ପରେ ହେବ ବୋଲି ମେକର୍ସଙ୍କ ତରଫରୁ ସୂଚନା ମିଳିଛି । ଆଗାମୀ ଦିନରେ ଗୋଓ ଓ ଉଟିରେ ହେବ ସୁଟିଂ ।

ରୋହିତ ଚାହୁଁଛନ୍ତି ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ଫିଲ୍ମର ସବୁ କାମ ଶେଷ କରିବାକୁ । ଯାହାଦ୍ବାରା ସେ ଆସନ୍ତା ବର୍ଷ ଶୀତ ଦିନରେ ଫିଲ୍ମ ରିଲିଜ କରିପାରିବେ । ନିକଟରେ ଏହି ଚର୍ଚ୍ଚା ଜୋର ଧରିଥିଲା ଯେ 1982ରେ ଆସିଥିବା ସଞ୍ଜୀବ କୁମାର, ମୌସୁମୀ ଚାଟାର୍ଜୀ ଓ ଦେବେନ ବର୍ମାଙ୍କ କମେଡି ଡ୍ରାମା ଫିଲ୍ମ ‘ଅଙ୍ଗୁର’ର ଏହାର ରିମେକ ଫିଲ୍ମ ।

ABOUT THE AUTHOR

...view details