ଓଡିଶା

odisha

ETV Bharat / sitara

ପତ୍ନୀଙ୍କୁ ନୁହେଁ, ରାକ୍ଷୀଙ୍କୁ ଲଭ ୟୁ କହିଲେ ରଣଭୀର

ପତ୍ନୀଙ୍କୁ ଛାଡି ଡ୍ରାମା କୁଇନ ରାକ୍ଷୀଙ୍କ ପଛରେ ପାଗଳ ଗଲିବୟ ରଣଭୀର ସିଂହ। ଖାଲି ଏତିକି ନୁହେଁ ସେ ରାକ୍ଷୀଙ୍କୁ ଲଭ ୟୁ ମଧ୍ୟ କରିସାରିଛନ୍ତି। ଯାହା ଶୁଣି ଆଶ୍ଚର୍ଯ୍ୟ ଅଛନ୍ତି ତାଙ୍କ ଫ୍ୟାନ୍ସ।

By

Published : Feb 13, 2019, 10:34 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ରଣଭୀର ସିଂହ ନିଜ ଅପକମିଂ ଫିଲ୍ମ 'ଗଲିବୟ'ର ପ୍ରମୋଶନରେ ଜୋରସୋରରେ ଲାଗିଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ବିବାହ ପରେ ଏହା ତାଙ୍କର ଦ୍ୱିତୀୟ ଫିଲ୍ମ। ଜଣାଇ ଦେଇଛୁ ଯେ ଦୁଇଜଣଙ୍କ ବିବାହଙ୍କୁ ମାତ୍ର ତିନି ମାସ ହୋଇଛି। ଇତିମଧ୍ୟରେ ରଣଭୀରଙ୍କ ମନଭରି ଯାଇଛି ଦୀପିକାଙ୍କ ପାଖରୁ। ସେ ବର୍ତ୍ତମାନ ଅନ୍ୟ ଜଣେ ଅଭିନେତ୍ରୀଙ୍କୁ କହିଛନ୍ତି ଆଇ ଲଭ ୟୁ। ଏକଥା ଆମେ କହୁନାହୁଁ। କଥାଟି ଜଣା ପଡିଛି ଏକ ଚାର୍ଟ ଶୋରେ। ଏହି ଚାର୍ଟ ଶୋରେ ରଣଭୀର ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କୁ ଆଇ ଲଭ ୟୁ କହିଛନ୍ତି। ଆସନ୍ତୁ ଜାଣିବା ଏହି ଆଇ ଲଭ ୟୁର କାହାଣୀ ।

ରଣଭୀର ଟ୍ରେଡ ଆନାଲିଷ୍ଟ କୋମଲ ନହାଟାଙ୍କ ଚାର୍ଟ ଶୋରେ ପ୍ରଶ୍ନ କରିଥିଲେ କି ତାଙ୍କ ଶୋରେ ସାକ୍ଷାତକାରରେ ସବୁଠାରୁ ଖରାପ ଅନୁଭୂତି କେଉଁ ସେଲିବ୍ରିଟିଙ୍କ ସହ ଥିଲା। ଏହାରର ଜବାବରେ କୋମଲ, ରାକ୍ଷୀଙ୍କ ନାଁ ନେଇଥିଲେ । ଏହାପରେ ଆଉ କଣ ଥିଲେ ସଙ୍ଗେ ସଙ୍ଗେ ରଣଭୀର କହିଥିଲେ କି ରାକ୍ଷୀ ରକଷ୍ଟାର। ଖାଲି ଏତିକି ନୁହେଁ ରଣଭୀର ଆହୁରି ମଧ୍ୟ କହିଥିଲେ କି ରାକ୍ଷୀ ଆଇ ଲଭ ୟୁ। ଏହି କଥାଟି ହୁଏତଃ ରଣଭୀର ମଜାମସ୍ତିରେ କହୁଥିବାର ଦେଖାଯାଇଥିଲେ। ଏହା ଶୁଣି ପତ୍ନୀ ଦୀପିକାଙ୍କ କିପରି ପ୍ରତିକ୍ରିୟା ରହିଥିବା ତାହା କେବଳ ରଣଭୀର ହିଁ ଜାଣିଥିବେ।

ଯଦି କଥା ହେବା ନିର୍ଦ୍ଦେଶିକା ଜୋୟା ଅଖତରଙ୍କ ଫିଲ୍ମ 'ଗଲିବୟ' ବିଷୟରେ, ତେବେ ରିଲିଜ ପୂର୍ବରୁ ହିଁ ହିଟ୍ ହୋଇସାରିଲାଣି ଏହି ଫିଲ୍ମ। ଫିଲ୍ମରେ ରଣଭୀରଙ୍କ ସହ ପ୍ରଥମଥର ମୁଖ୍ୟ ଭୂମିକାରେ ନଜର ଆସିବେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ। ଫିଲ୍ମଟି ଷ୍ଟ୍ରିଟ ରାପର ଭିବିୟାନ ଫର୍ଣ୍ଣାଡିଜ ଏବଂ ନାବେଦଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ରଣଭୀର ରାପର ଭୂମିକାରେ ଅଭିନୟ ସହ ଗୀତ ଗାଇଥିବାର ମଧ୍ୟ ଦେଖାଯିବେ।

ABOUT THE AUTHOR

...view details