ମୁମ୍ବାଇ: ବଲିଉଡ ଆକ୍ଟର୍ସ ଅନେକ ସମୟରେ ଅନେକ ଫିଲ୍ମ ହାତ ଛଡା କରିଦିଅନ୍ତି । ଯାହା ପରେ ସେହି ସବୁ ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥାଏ । କିଛି କଳାକାରଙ୍କୁ ଫିଲ୍ମ ଛାଡିବାର ଅନୁତାପ ହୋଇଥିବା ବେଳେ ଆଉ କିଛି କଳାକାରଙ୍କୁ କୌଣସି ଫରକ ପଡିନଥାଏ । ଭାଇଜାନ ସଲମାନ ଖାନ ମଧ୍ୟ 'କଲ ହୋ ନା ହୋ', 'ଯୋଶ', 'ଚକ ଦେ ଇଣ୍ଡିଆ' ଏବଂ 'ବାଜିଗର' ଭଳି ସୁପର ଡୁପର ହିଟ୍ ଫିଲ୍ମ ହାତଛଡା କରିଦେଇଥିଲେ । ପରେ ଫିଲ୍ମରେ ଶାହରୁଖ ଖାନ କାମ କରି ବଲିଉଡରେ ଖୁବ୍ ଫେମସ ହୋଇଥିଲେ । କେବଳ ତାଙ୍କ 'ଯୋଶ' ଫିଲ୍ମକୁ ଛାଡି ଆଉ ସବୁ ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । କିନ୍ତୁ ସଲମାନଙ୍କୁ ଏହି ଫିଲ୍ମ ହାତଛଡା କରିବାର କୌଣସି ଫରକ ପଡିନାହିଁ ।
ସେହିପରି ଶାହରୁଖ ମଧ୍ୟ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ '3 ଇଡିୟଟ୍ସ' କରିବାକୁ ମନା କରିଦେଇଥିଲେ । ଯେତେବେଳେ ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା ତେବେ କରନ ଜୋହରଙ୍କ ଚାର୍ଟ ଶୋରେ ଶାହରୁଖ କହିଥିଲେ କି ସେ ଚତୁର୍ଥ ଇଡିୟଟ୍ସ ଯିଏ ଏପରି ଫିଲ୍ମକୁ ହାତଛଡା କରିଥିଲେ । ଶାହରୁଖଙ୍କ ଏହି କଥାରୁ ଫ୍ୟାନ୍ସ ଅନୁମାନ ଲଗାଇ ନେଇଥିଲେ କି ହୁଏତ '3 ଇଡିୟଟ୍ସ' ଛାଡିବା ଦୁଃଖ ଶାହରୁଖଙ୍କୁ ଅଛି ।