ଓଡିଶା

odisha

ETV Bharat / sitara

ଫ୍ଲିପକାର୍ଟ ଆଡରେ ରଣବୀର-ଆଲିଆ

ପ୍ରଥମ କରି ଫ୍ଲିପକାର୍ଟ ଆଡ'ରେ ଏକାଠି ନଜର ଆସିଛନ୍ତି ରଣବୀର-ଆଲିଆ । ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ ପୂର୍ବରୁ ଦୁହିଁଙ୍କୁ ଆଡ'ରେ ଦେଖିବାକୁ ମିଳିଛି ।

By

Published : May 28, 2019, 2:20 PM IST

ଫଟୋ ସୌଜନ୍ୟ: ୟୁଟ୍ୟୁବ

ହାଇଦ୍ରାବାଦ: ଆଲିଆ ଭଟ୍ଟ ଓ ରଣବୀର କପୁର ପ୍ରଥମ ଥର ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିବେ । କିନ୍ତୁ ତା' ପୂର୍ବରୁ ଦୁହେଁ ଫ୍ଲିପକାର୍ଟ ଆଡ'ରେ ଏକାଠି ନଜର ଆସିଛନ୍ତି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ରଣବୀର ଓ ଆଲିଆଙ୍କୁ ଆଗରୁ ବି ଫ୍ଲିପକାର୍ଟ ଆଡ'ରେ ଦେଖିବାକୁ ମିଳିଛି ମାତ୍ର ଏହି ଆଡ'ରେ ପ୍ରଥମ ଥର ଦୁହେଁ ଏକାଠି ନଜର ଆସିଛନ୍ତି । ଆଡ'ରେ ଦୁହେଁ ବସରେ ଯାଉଥିବାର ଦେଖିବାକୁ ମିଳିଛି । ରଣବୀର ଆଲିଆଙ୍କ ପାଇଁ ଡ୍ରେସ ଆଣିବାକୁ କହୁଛନ୍ତି ମାତ୍ର ଆଲିଆ ଫ୍ଲିପକାର୍ଟରେ କିଣିବା ପାଇଁ କହୁଛନ୍ତି । ମଜାଦାର କଥା ହେଲା ଏଥିରେ ଥିବା ଡାଏଲଗ ଯାହା ସାଫ୍ ସାଫ୍ ସ୍ପଷ୍ଟ କରିଦେଉଛି ରଣବୀର ଓ ଆଲିଆଙ୍କ ଭିତରେ ଥିବା ପ୍ରେମକାହାଣୀକୁ ।


ତେବେ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଚାଲିଥିବା ବେଳେ ଏହାକୁ ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ କରିବା ପାଇଁ ସ୍ଥିର କରାଯାଇଥିଲା, ମାତ୍ର କିଛି ଅସୁବିଧା କାରଣରୁ ଏହାକୁ 2020ରେ ରିଲିଜ କରାଯିବ । ରଣବୀର- ଆଲିଆଙ୍କ ବ୍ୟତୀତ ଫିଲ୍ମରେ ଅମିତାଭ ବଚ୍ଚନ, ମୌନୀ ରୟ ଓ ନାଗାର୍ଜୁନଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details