ମୁମ୍ବାଇ: ଗୋଟିଏ ଗୀତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାରେ ଆସିଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ତାଙ୍କ କଣ୍ଠରେ ଫିଦା ହୋଇ ବି-ଟାଉନର ଫେମସ ସଙ୍ଗୀତକାର, ଅଭିନେତା ହିମେଶ ରେଶମିୟା ବଲିଉଡରେ ତାଙ୍କୁ ଗୀତ ଗାଇବାକୁ ଅଫର ଦେଇଥିଲେ । ଯାହାପରେ ରାତାରାତି ଛାଇ ଯାଇଥିଲେ ରାନୁ । ଏହା ବ୍ୟତୀତ ରାନୁଙ୍କୁ ନିକଟରେ ରାମ୍ପ ୱାକ କରୁଥିବାର ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ତାଙ୍କ ମେକଅପ ଫଟୋ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ନିକଟରେ ସୋସିଆଲ ମିଡିଆରେ ତାଙ୍କ ମେକଅପ ଫଟୋକୁ ନେଇ ଖୁବ୍ ଟ୍ରୋଲ କରାଯାଇଥିଲା । ରାନୁଙ୍କ ସେହି ଫଟୋ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା । ଇତିମଧ୍ୟରେ ତାଙ୍କ ସମର୍ଥନରେ ତାଙ୍କ ମେକଅପ ଆର୍ଟିଷ୍ଟ ସନ୍ଧ୍ୟା ସାମ୍ନାକୁ ଆସିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଯେ ରାନୁଙ୍କ ଭାଇରାଲ ହୋଇଥିବା ମେକଅପ ଫଟୋ ଏକଦମ ଫେକ ବୋଲି ।