ଓଡିଶା

odisha

ETV Bharat / sitara

ସୁସ୍ଥ ହେଲେଣି ରଣଦୀପ, ବାପା ଦେଲେ ସୂଚନା

ବୁଧବାର ସକାଳେ ଅଭିନେତା ରଣଦୀପ ହୁଡାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସର୍ଜରୀ କରିଥିଲେ । ଆଜି ରଣଦୀପଙ୍କ ପିତା ଡଃ. ରଣବୀର ହୁଡା ଏକ ବାର୍ତ୍ତା ମାଧ୍ୟମରେ ରଣଦୀପ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

By

Published : Aug 27, 2020, 4:01 PM IST

Updated : Aug 27, 2020, 5:46 PM IST

randeep hooda is recovering well says father
ପୁଅ ରଣଦୀପଙ୍କ ସ୍ବାସ୍ଥ୍ୟ ଅପଡେଟ ସେୟାର କଲେ ବାପା

ନୂଆଦିଲ୍ଲୀ: ବୁଧବାର ସକାଳେ ଅଭିନେତା ରଣଦୀପ ହୁଡାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ପାଦ ସର୍ଜରୀ କରିଥିଲେ । ରଣଦୀପଙ୍କ ପରିବାର ଏପର୍ଯ୍ୟନ୍ତ ସର୍ଜରୀ ବିଷୟରେ କିଛି ପ୍ରକାଶ କରି ନାହାଁନ୍ତି ।

ଆଜି ରଣଦୀପଙ୍କ ପିତା ଡଃ. ରଣବୀର ହୁଡା ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି, ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ଆର୍ଶୀବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଗତକାଲି ରଣଦୀପଙ୍କର ସର୍ଜରୀ କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଡିସଚାର୍ଜ ମଧ୍ୟ ହେବେ । ଏଥିସହିତ ତାଙ୍କର କୋଭିଡ-19 ପରୀକ୍ଷା ମଧ୍ୟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଆମେ ତାଙ୍କୁ ଶୀଘ୍ର ଘରକୁ ନେଇଯିବୁ ।

ଅଭିନେତାଙ୍କ ଜଣେ ଘନିଷ୍ଠ ବନ୍ଧୁ ଗତକାଲି ସୂଚନା ଦେଇଥିଲେ ଯେ, ମଙ୍ଗଳବାର ରାତିରେ ରଣଦୀପ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ସେ ଗତକାଲି ସକାଳେ ଡାକ୍ତରଖାନା ଯାଇଥିଲେ । ମୁଁ ବନ୍ଧୁଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।

Last Updated : Aug 27, 2020, 5:46 PM IST

ABOUT THE AUTHOR

...view details