ଓଡିଶା

odisha

ETV Bharat / sitara

ମା ଙ୍କୁ ଏକାକରି ଗର୍ଲଫ୍ରେଣ୍ଡ ସହ ରଣବୀରଙ୍କ ଟାଇମ ସ୍ପେଣ୍ଟ, ଫ୍ୟାନ୍ସ ଖପ୍ପା - ରଣବୀର କପୁରଙ୍କ ଏକ ନିଷ୍ପତ୍ତି ଉପରେ ରାଗିଲେ ଟ୍ରୋଲର୍ସ

ରଣବୀର କପୁରଙ୍କ ଏକ ନିଷ୍ପତ୍ତି ଉପରେ ରାଗିଲେ ଟ୍ରୋଲର୍ସ । ଆଲିୟାଙ୍କ ସହ ରହିବା ପ୍ରସଙ୍ଗ ଉପରେ ଉଠାଇଲେ ପ୍ରଶ୍ନବାଚୀ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର କପୁର

By

Published : May 17, 2020, 3:38 PM IST

ମୁମ୍ବାଇ: ହ୍ୟାଣ୍ଡମସ ଆକ୍ଟର ରଣବୀର କପୁରଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ସମାଲୋଚନା କରାଯାଇଛି । ପିତା ତଥା ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ମୃତ୍ୟୁକୁ କିଛି ଦିନ ହୋଇଛି। ହେଲେ ରଣବୀର ମା' ନୀତୁ ସିଂଙ୍କୁ ଛାଡି ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଚାଲିଯାଇଛନ୍ତି। ଫ୍ୟାନ୍ସଙ୍କୁ ରଣବୀରଙ୍କ ଏହି ନିଷ୍ପତ୍ତି ଆଦୌ ପସନ୍ଦ ଆସିନାହିଁ। ଯାହାକୁ ଆଧାର କରି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ।

ୟୁଜର୍ସଙ୍କ ଅନୁଯାୟୀ ପିତାଙ୍କ ଦେହାନ୍ତ ପରେ ମା' ସହ ଗୋଟିଏ ଘରେ ରଣବୀରଙ୍କୁ ରହିବା କଥା। ସେହିପରି ମା'ଙ୍କ ଦାୟିତ୍ବ ନେବା ପୁଅ ରୂପେ ତାଙ୍କ କର୍ତ୍ତବ୍ୟ । ହେଲେ ରଣବୀର ମା'ଙ୍କ ସହ ନରହି ନିଜ କଥିତ ଗାର୍ଲଫ୍ରେଣ୍ଡ ଆଲିୟା ଭଟ୍ଟଙ୍କ ସହ ଏବେ ରହୁଛନ୍ତି । ଯାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କିଛି ୟୁଜର୍ସ ପ୍ରଶ୍ନ ରୂପେ ପଚାରିଛନ୍ତି ପିତାଙ୍କ ମୃତ୍ୟୁ ପରେ ରଣବୀର କଣ ମା'ଙ୍କ ସହ ରହିପାରିନଥାଆନ୍ତେ। ପ୍ରକାଶ ଥାଉକି ଋଷି କପୁରଙ୍କ ମୃତ୍ୟୁ ଗତ 30 ତାରିଖରେ ହୋଇଥିଲେ। ସେ 67 ବର୍ଷ ବୟସରେ ଦୁନିଆ ଛାଡି ଚାଲିଯାଇଛନ୍ତି।

ABOUT THE AUTHOR

...view details