ଓଡିଶା

odisha

ଭଂସାଲୀଙ୍କ ‘ବାଇଜୁ ବାୱରା’ରୁ ଆରଏସଙ୍କୁ ରିପ୍ଲେସ କଲେ ଆରକେ

By

Published : Sep 3, 2020, 7:38 PM IST

ଚର୍ଚ୍ଚାରେ ରଣବୀର କପୁର । ସଞ୍ଜୟଙ୍କ ଅପକମିଂ ପ୍ରୋଜେକ୍ଟରୁ ରଣବୀର ସିଂଙ୍କୁ ହଟାଇଲେ ସେ । ଆଲିୟାଙ୍କ ସହ ରୋମାନ୍ସ କରୁଥିବାର ଆସିବେ ନଜର । ଏହି ଯୋଡିଙ୍କ ଆଉ ଏକ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ ବର୍ଷ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ନିଜର ଆଗାମୀ ପ୍ରୋଜେକ୍ଟର ଘୋଷଣା କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇଥିଲେ । ସେ ଖୁବଶୀଘ୍ର ନିଜର ଅପକମିଂ ଫିଲ୍ମ ‘ବାଇଜୁ ବାୱରା’ ପ୍ରସ୍ତୁତି ଆରମ୍ଭ କରିବେ । କୋରୋନା ପ୍ରକୋପ ପାଇଁ ଏହି ଫିଲ୍ମର କାର୍ଯ୍ୟ ଏଯାବତ ଆରମ୍ଭ ହୋଇନାହିଁ । ସେହିପରି ଫିଲ୍ମର ମୁଖ୍ୟ ଭୂମିକାରେ ଲୋକପ୍ରିୟ ଅଭିନେତା ରଣବୀର ସିଂ ନଜର ଆସିବେ ବୋଲି ଗତ ବର୍ଷରୁ ଶୁଣି ଆସୁଛନ୍ତି ଦର୍ଶକ । ହେଲେ ଅନେକ ଯୋଜନା ପରେ ଏବେ ସାମ୍ନାକୁ ଆସିଛି ଫିଲ୍ମର ମୁଖ୍ୟ ଭୂମିକାଙ୍କୁ ନେଇ ନୂଆ ଖବର । ଯାହା ଶୁଣି ହୁଏତଃ ରଣବୀରଙ୍କ ଫ୍ୟାନ୍ସଙ୍କ ମନ ଦୁଃଖ ହୋଇଯିବ କିନ୍ତୁ ହ୍ୟାଣ୍ଡସମ ଆକ୍ଟର ରଣବୀର କପୁରଙ୍କ ଫ୍ୟାନ୍ସ ନିହାତି ଖୁସି ହେବେ ।

କାରଣ ‘ବାଇଜୁ ବାୱରା’ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ରଣବୀର । ଯାହା କନଫର୍ମ ହୋଇଯାଇଛି । ଫିଲ୍ମ ଟିମର ସୂଚନାରେ କୁହାଯାଇଛି ଯେ ଦୀର୍ଘ ସମୟରୁ ରଣବୀର ଓ ସଞ୍ଜୟଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲିଥିଲା । ହେଲେ ଏବେ ଯାହା ସମ୍ଭବ ହୋଇନାହିଁ । ଭଂସାଲୀ ଏହି ଫିଲ୍ମରେ ରଣବୀର କପୁରଙ୍କୁ ନେବାକୁ ସ୍ଥିର କରିଛନ୍ତି । ଫିଲ୍ମରେ ଦୁଇଟି ମେଲ ଲିଡ ରହିଛି । ଗୋଟିଏ ହେଲା ବାଇଜୁଙ୍କର ଆଉ ଗୋଟିଏ ତାନସେନଙ୍କର । ଆରକେ ବାଇଜୁ ଭୂମିକାରେ ଅଭିନୟ କରିବେ ଏହି ପିରିୟଡ ଡ୍ରାମାରେ ।

ପ୍ରକାଶ ଥାଉକି ‘ବରଫି’ ଆକ୍ଟର ରଣବୀର ପାଖାପାଖି 13 ବର୍ଷ ପରେ ଭଂସାଲୀଙ୍କ ସହ କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଏକ୍ସାଇଟେଡ । ସେହିପରି ନିକଟରେ ଏହା ଶୁଣିବାକୁ ମିଳୁଥିଲା ଯେ ଫିଲ୍ମରେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିବେ । ଏହାବ୍ୟତୀତ ଭଂସାଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଥ୍ବିୱାଡା’ରେ କାମ କରୁଛନ୍ତି ଆଲିୟା । ଏହି ଫିଲ୍ମ ରିଲିଜ ପରେ ମେକର୍ସ ‘ବାଇଜୁ ବାୱରା’ର ସୁଟିଂ ଆରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details