ଓଡିଶା

odisha

ETV Bharat / sitara

Hug Day 2022: ସ୍ପେଶାଲ ହଗ୍‌ ଡେ ପାଳିଲେ ଲୋକପ୍ରିୟ ସେଲିବ୍ରିଟି କପଲ୍‌

ଯୁବପିଢିଙ୍କ ମଧ୍ୟରେ ପ୍ରେମ ଜାଗ୍ରତ କରିବା ପାଇଁ ବଲିଉଡ କପଲ୍‌ କୌଣସି ସୁଯୋଗକୁ ଛାଡିନାହାଁନ୍ତି । ଅନେକ ବଲିଉଡ଼ ଷ୍ଟାର ରିଲ୍‌ କପଲ୍‌ରୁ ରିଅଲ୍‌ କପଲ୍‌ ହୋଇପାରିଛନ୍ତି । ହଗ୍‌ ଡେ'ରେ ଆସନ୍ତୁ ଦେଖିବା ବଲିଉଡ଼ ଫେମସ କପଲ୍‌ଙ୍କ ନିଜ ସାଥୀ ପ୍ରତି ଆଲିଙ୍ଗନ ମାଧ୍ୟମରେ ସ୍ନେହପୂର୍ଣ୍ଣ, ପ୍ରେମକୁ ପ୍ରକାଶ କରିବା ।

By

Published : Feb 12, 2022, 8:10 PM IST

Hug day 2022: ସ୍ପେଶାଲ ହଗ୍‌ ଡେ ପାଳିଲେ ଲୋକପ୍ରିୟ ସେଲିବ୍ରିଟି କପଲ୍‌
Hug day 2022: ସ୍ପେଶାଲ ହଗ୍‌ ଡେ ପାଳିଲେ ଲୋକପ୍ରିୟ ସେଲିବ୍ରିଟି କପଲ୍‌

ହାଇଦ୍ରାବାଦ:ଭାଲେଣ୍ଟାଇନ୍ସ ଡେ ତଥା 'ପ୍ରେମ ସପ୍ତାହ'ରେ ଫେବୃଆରୀ 12 ତାରିଖକୁ କପଲ୍‌ ଆଲିଙ୍ଗନ ଦିବସ ଭାବେ ପାଳନ କରୁଛନ୍ତି । ଭାଲେଣ୍ଟାଇନ୍ସ ଡେ ଏବଂ ବଲିଉଡର ମଧ୍ୟ ଏକ ବିଶେଷ ସମ୍ପର୍କ ରହିଛି । ଯୁବପିଢିଙ୍କ ମଧ୍ୟରେ ପ୍ରେମ ଜାଗ୍ରତ କରିବା ପାଇଁ ବଲିଉଡ଼ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି । ଆଲିଙ୍ଗନ ଦିବସରେ ସେମାନେ ନିଜ ପାର୍ଟନର ସହିତ ସ୍ନେହପୂର୍ଣ୍ଣ ପୋଜ୍ ସହିତ ନଜିର ପ୍ରେମର ଭାବନକୁ ପ୍ରକାଶ କରିଛନ୍ତି ।

ବିକି କୌଶଲ-କ୍ୟାଟ୍ରିନା କୈଫ

ବଲିଉଡର ଲୋକପ୍ରିୟ କପଲ୍‌ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ପ୍ରେମ କିଛି ଦିନ ପୂର୍ବରୁ ଚର୍ଚ୍ଚାରେ ରହିଥିଲା । ବିଳମ୍ବ ନକରି ଏହି ଦମ୍ପତି ବିବାହର ପବିତ୍ର ବନ୍ଧନରେ ନିଜ ସମ୍ପର୍କକୁ ବାନ୍ଧି ଦେଇଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ଏକ ସୁଖମୟ ଜୀବନଯାପନ କରୁଛନ୍ତି ।

ବିକି କୌଶଲ-କ୍ୟାଟ୍ରିନା କୈଫ

ବରୁଣ ଧୱନ-ନତାଶା ଦଲାଲ

ଗତ ବର୍ଷ ବଲିଉଡ ଅଭିନେତା ବରୁଣ ଧୱନ ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ସାତ୍‌ ଫେରେ ନେଇଛନ୍ତି । ଏହି ଦମ୍ପତି ଏକାଠି ଖୁସିରେ ରହୁଥିବା ବେଳେ ନିଜ ପ୍ରଶଂସକଙ୍କ ସହିତ ସେମାନଙ୍କର ଖୁସିର ମୂହୁର୍ତ୍ତକୁ ସେୟାର ମଧ୍ୟ କରନ୍ତି ।

ବରୁନ ଧୱନ-ନତାଶା ଦଲାଲ

ରଣଭୀର ସିଂ- ଦୀପିକା ପାଦୁକୋନ

ବଲିଉଡର ହଟ୍‌ ଏବଂ ଲଭିଂ କପଲ୍‌ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ସେମାନଙ୍କ ଷ୍ଟାଇଲ ଓ ବେଶଭୂଷା ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ଏହାସହିତ ସେମାନେ ନିଜର ଦାମ୍ପତ୍ୟ ଜୀବନକୁ ସୁଖରେ ବିତାଇବା ସହିତ ସୋସିଆଲ ମିଡିଆରେ ଉଭୟ ପ୍ରତି ଥିବା ପ୍ରେମ ଭାବନାକୁ ପ୍ରକାଶ କରିଥାନ୍ତି ।

ରଣଭୀର ସିଂ- ଦୀପିକା ପାଦୁକୋନ

ରଣବୀର କପୁର-ଆଲିଆ ଭଟ୍ଟ

ଯଦି ଚଳିତ ବର୍ଷ ମହାମାରୀର ପ୍ରାଦୁର୍ଭାବ କମ ରହେ ତେବେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ୱେଡିଙ୍ଗ ନଟ୍‌ ବାନ୍ଧିବେ। ଉଭୟ ବିବାହ ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି ଏବଂ ସେମାନଙ୍କର ରିଲେସନସିପ ମଧ୍ୟ ଚର୍ଚ୍ଚାରେ ରହିଛି ।

ରଣବୀର କପୁର-ଆଲିଆ ଭଟ୍ଟ

ବିରାଟ କୋହଲି-ଅନୁଷ୍କା ଶର୍ମା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ହବି ବିରାଟ କୋହଲିଙ୍କ ସହ ନିଜର ସୁନ୍ଦର ଫଟୋକୁ ସୋସିଆଲ ମିଡିଆରେ ସେୟାର କରନ୍ତି । ଗତବର୍ଷ ଏହି କପଲ୍‌ ନିଜ ଘରକୁ ଶିଶୁକନ୍ୟା ଭାମିକାକୁ ସ୍ବାଗତ କରିଛନ୍ତି । ଅନୁଷ୍କା ଏବଂ ବିରାଟଙ୍କ ପ୍ରେମ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏହି କପଲ୍‌ଙ୍କ ବିବାହ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଥିଲା ।

ବିରାଟ କୋହଲି-ଅନୁଷ୍କା ଶର୍ମା

ନିକ୍‌ ଜୋନସ-ପ୍ରିୟଙ୍କା ଚୋପ୍ରା

ଏହି ଦେଶୀ-ବିଦେଶୀ କପଲ୍‌ଙ୍କ ବିଷୟରେ ସମସ୍ତେ ଜାଣନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା-ନିକ୍‌ଙ୍କ ମଧ୍ୟରେ ଗଭୀର ପ୍ରେମ ଦେଖିବାକୁ ମିଳେ । ଉଭୟଙ୍କ ମଜାଳିଆ ଫଟୋ ସେମାନଙ୍କ ପ୍ରଶଂସକଙ୍କୁ କମେଣ୍ଟ ଦେବାକୁ ବାଧ୍ୟ କରିଥାଏ । ପ୍ରିୟଙ୍କା-ନିକ୍‌ ଏବେ ପିତାମାତା ହୋଇଥିବା ବେଳେ ସେ ନିଜ ସନ୍ତାନକୁ ନେଇ ବେଶ ଖୁସି ଜାହିର କରିଛନ୍ତି ।

ନିକ୍‌ ଜୋନସ-ପ୍ରିୟଙ୍କା ଚୋପ୍ରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details