ମୁମ୍ବାଇ: କରୋନାଭାଇରସ କାରଣରୁ ଚାଲିଥିବା ଲକଡାଉନରେ ସମସ୍ତ ସେଲିବ୍ରିଟିମାନେ ଘରେ ଯୋଗ କରି ନିଜ ଫିଟନେସର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ଏହି ସମୟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ କହିଛନ୍ତି ଆଜିକାଲି ସେ ସପ୍ତାହରେ ଦୁଇରୁ ତିନିଥର ସୂର୍ଯ୍ୟ ନମସ୍କାର କରୁଛନ୍ତି ।
ରକୁଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସୂର୍ଯ୍ୟ ନମସ୍କାର କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓର କ୍ୟାପସନରେ ରକୁଲ ଲେଖିଛନ୍ତି, ଏହି ଲକଡାଉନ ମୋତେ ସପ୍ତାହରେ ଅତି କମରେ 2 ରୁ 3 ଥର 108 ସୂର୍ଯ୍ୟ ନମସ୍କାର କରିବାକୁ ପ୍ରେରଣା ଦେଇଛି । ସୂର୍ଯ୍ୟ ନମସ୍କାର କରିବା ଦ୍ବାରା ଶରୀରରେ ଏକ ଉର୍ଜା ଉତ୍ପନ୍ନ ହୁଏ ଯାହା ଭୂତାଣୁ ପ୍ରବେଶ କରିବାରେ ବାଧା ଦେଇଥାଏ । ଏହା ଆମକୁ ସୁସ୍ଥ ଏବଂ ନିରୋଗ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ମନ ଏବଂ ଶରୀର ଶାନ୍ତ ମନେହୁଏ ।
ନିକଟରେ ରକୁଲ ଇନଷ୍ଟାଗ୍ରାମରେ ତାଙ୍କର କିଛି ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଯୋଗ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।