ଓଡିଶା

odisha

ETV Bharat / sitara

ମୁମ୍ବାଇ ଛାଡିବେ ଡ୍ରାମା କୁଇନ !

ଏଥର ମାୟା ନଗରୀରେ ଆଉ ନଜର ଆସିବେ ନାହିଁ ରାକ୍ଷୀ ସାୱନ୍ତ । ମୁମ୍ବାଇ ଛାଡିବାକୁ ପ୍ଲାନିଂ କରିଛନ୍ତି ରାକ୍ଷୀ ।

By

Published : Aug 31, 2019, 11:00 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ନିକଟରେ ଯେଉଁଠାରେ ବଲିଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବିବାହ ଖବର ଜୋର ଧରିଥିଲା । ସେହିଠାରେ ଏବେ ତାଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । କଥାଟି ହେଲା କି ରାକ୍ଷୀ ଖୁବଶୀଘ୍ର ମୁମ୍ବାଇ ଛାଡିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁଲାସା କରିଛନ୍ତି ।

ସେ ସ୍ବାମୀ ଏବଂ ଫ୍ୟାମିଲି ପାଇଁ ବେଙ୍ଗାଲୁରୁ ସିଫ୍ଟ କରିବାକୁ ପ୍ଲାନିଂ କରୁଛନ୍ତି । ସେ ବିବାହ ପରେ ଅଧିକାରୁ ଅଧିକା ସମୟ ସ୍ବାମୀଙ୍କୁ ଦେବାକୁ ଚାହୁଁଛନ୍ତି । ରାକ୍ଷୀଙ୍କ ଏପରି ନିଷ୍ପତ୍ତିରେ ଦୁଃଖି ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ ।

ପ୍ରକାଶ ଥାଉକି ରାକ୍ଷୀ ନିକଟରେ ଲୁଚିଛପି ମୁମ୍ବାଇର ଜେ ଡବ୍ଲୁ ମ୍ୟାରିୟଟରେ ବିବାହ କରିଥିଲେ । ବିବାହ ଫଟୋ ଭାଇରାଲ ହେବା ପରେ ରାକ୍ଷୀ ବିବାହ କଥା ଫ୍ୟାନ୍ସଙ୍କୁ ଜଣାଇଥିଲେ । ତାଙ୍କ ସ୍ବାମୀ ରିତେଶ ଏନଆରଆଈ ବୋଲି ରାକ୍ଷୀ ସୋସିଆଲ ମିଡିଆରେ କହିଥିଲେ ।

ABOUT THE AUTHOR

...view details