ମୁମ୍ବାଇ: ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସକ୍ରିୟ ରହୁଥିବା ସେଲିବ୍ରିଟଙ୍କ ମଧ୍ୟରୁ ଯଦି କାହା ବିଷୟରେ କଥା ହେବା ତେବେ ସର୍ବପ୍ରଥମେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ନାମ ଆସିଥାଏ । ରାକ୍ଷୀ ପ୍ରାୟତଃ ସବୁ ପ୍ରସଙ୍ଗରେ ନିଜର ପକ୍ଷ ରଖୁଥିବାର ନଜର ଆସିଥାଆନ୍ତି । ତେବେ କାହା ଉପରେ କମେଣ୍ଟ କରିବା କଥା ହେଉ କିମ୍ବା ନିଜର ପଲିଟିକାଲ ପାର୍ଟି ତିଆରି କରିବା ହେଉ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।
ଜଣାଇ ଦେଉଛୁ ଯେ ନିକଟରେ ଅଭିନେତା ରଣଭୀର ସିଂହ ରାକ୍ଷୀକୁ ରକଷ୍ଟାର କହିବା ସହ ଆଇ ଲଭ ୟୁ କହିଥିଲେ । ଏହାପରେ ରାକ୍ଷୀ ଅବା କେଉଁଠାରେ ଚୁପ ରହିବା ଝିଅ । ସେ ବର୍ତ୍ତମାନ ରଣଭୀରଙ୍କ ପାଇଁ ଏମିତି କିଛି କରିଛନ୍ତି । ଯାହା ଦେଖି ଫ୍ୟାନ୍ସଙ୍କ ସହ ରଣଭୀରିଙ୍କ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।